ଦୁର୍ଘଟଣାର ସମ୍ମୁଖୀନ ହେଲେ ରଣବୀର

ଦୁର୍ଘଟଣାର ସମ୍ମୁଖୀନ ହେଲେ ରଣବୀର

ବଲିଉଡ ଅଭିନେତା ରଣବୀର ସିଂହ ଗୁରୁବାର ମୁମ୍ବାଇରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ସେ କିମ୍ବା ତାଙ୍କ କାରରେ କୌଣସି କ୍ଷତି ହୋଇନାହିଁ ।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓଗୁଡିକ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀରଙ୍କ ଦୁର୍ଘଟଣା ପରେ ତାଙ୍କ କାରର ଅବସ୍ଥା ଦେଖିବାକୁ ମିଳିଛି ।

ଡବିଂ କାମ ଶେଷ କରି ରଣଭୀର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ​​​​ଏବଂ ତାଙ୍କ କାର ପଛପଟୁ ଆସୁଥିବା ଜଣେ ବାଇକ ଆରୋହୀ ରଣବୀରଙ୍କ ମର୍ସିଡିଜ୍ ଏସୟୁଭି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ପ୍ରକାଶ ଥାଉ ଯେ ,ରଣବୀର ଖୁବ୍ ଶୀଘ୍ର ଫିଲ୍ମ ୮୩ ରେ ନଜର ଆସିବେ । ଫିଲ୍ମର ସୁଟିଂ ଏବଂ ପୋଷ୍ଟ ପ୍ରଡକ୍ସନ୍ ର ସମସ୍ତ କାମ ଶେଷ ହୋଇଯାଇଛି ।