ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିଛି ବାପା!

ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିଛି ବାପା!

ନିଜ ଜନ୍ମକଲା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଘୃଣ୍ୟ ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଶ୍ଚର୍ଯ୍ୟର କଥା ହେଉଛି, ମା’ର ଜାଣତରେ ଗତ ଏପ୍ରିଲ ମାସରୁ ବାପା ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରି ଆସୁଥିଲା । ଏନେଇ ଚାଇଲଡ ଲାଇନରେ ଅଭିଯୋଗ କରିଛନ୍ତି ନାବାଳିକା।ଚାଇଲଡ ଲାଇନ ପଷରୁ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଆଧାରରେ ଉଭୟ ବାପା ଓ ମା'କୁ ଅଟକ ରଖାଯାଇଛି । ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ଓ ମାଜିଷ୍ଟ୍ରେଟଙ୍କ ପାଖରେ ୧୬୪ ବୟାନ ରେକର୍ଡ କରାଯିବ ବୋଲି ସିଡବ୍ଲୁ ସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ପୀଡିତାଙ୍କୁ ଏବେ ରାଉରକେଲା ସରକାରୀ ଡାକ୍ତରଖାନାର ସଖୀ ସେଣ୍ଟରରେ ରଖାଯାଇଛି । ଅଭିଯୁକ୍ତ ବାପା ସହରର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲରେ ଡାକ୍ତର ଥିବା ସୂଚନା ମିଳିଛି । ତେବେ ଶିକ୍ଷିତ ବାପାଙ୍କ ଏହି ରୁଗ୍ନ ମାନସିକତା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।