Tuesday, December 9, 2025
19.8 C
Odisha

    RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :    ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂତନ ସର୍କୁଲାର ଜାରି କରିଛି। ଯାହା ଦ୍ୱାରା ଆପଣ ରୁପା ଅଳଙ୍କାର ରଖି ମଧ୍ୟ ଲୋନ୍‌ ବା ଋଣ ନେଇପାରିବେ। କିପରି ଏହି ଲୋନ୍‌ ପାଇବେ ଜାଣନ୍ତୁ ଏହାର ନିୟମ…

    ଆର୍‌ବିଆଇ ଏହି ନୂଆ ପଦକ୍ଷେପ ସହିତ ଲୋକମାନେ ଏବେ ଘରେ ଗଚ୍ଛିତ ରୁପା ଉପରେ ଋଣ ପାଇପାରିବେ ଏବଂ ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରଣ କରିପାରିବେ। RBIର ନୂତନ ନିୟମ ଅନୁଯାୟୀ, ଏହି ସୁବିଧା ୧ ଏପ୍ରିଲ ୨୦୨୬ରୁ ଉପଲବ୍ଧ ହେବ।

    RBI ଅନୁଯାୟୀ, ଯଦି ଆପଣ ରୁପା ଋଣ ବିଷୟରେ ନେବାକୁ ଚାହୁଁଛନ୍ତି ତେବେ ଅନେକ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏହି ସୁବିଧା ପ୍ରଦାନ କରିବେ। କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ସମେତ ପ୍ରାୟ ସମସ୍ତ ବାଣିଜି୍ୟକ ବ୍ୟାଙ୍କ ଏଥିରେ ଅନ୍ତର୍ଭୁକ୍ତ ହେବେ। ଏହା ବ୍ୟତୀତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ରୁପା ଋଣ ପ୍ରଦାନ କରିବେ। ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ ଗୃହ ଆର୍ଥିକ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ଗ୍ରାହକମାନଙ୍କୁ ରୁପା ଋଣ ପ୍ରଦାନ କରିବେ।

    ରୁପା ବିନିମୟରେ ଋଣ ପାଇବା ପାଇଁ ଗ୍ରାହକମାନେ ୧୦ କିଲୋଗ୍ରାମରୁ ଅଧିକ ରୁପା ଅଳଙ୍କାର ଏବଂ ୫୦୦ ଗ୍ରାମ ରୁପା ମୁଦ୍ରା ବନ୍ଧକ ରଖିପାରିବେ ନାହିଁ। ଏହି ସୀମା RBI ଦ୍ୱାରା ସ୍ଥିର କରାଯାଇଛି। ଋଣ ପରିମାଣ ଋଣ-ମୂଲ୍ୟ (LTV) ଅନୁପାତ ଉପରେ ନିର୍ଭର କରିବ। ଅର୍ଥାତ୍‌ ଯେଉଁ ରୁପା ବନ୍ଧକ ରଖିଛନ୍ତି ତାହା ପ୍ରତିବଦଳରେ ଆପଣ କେତେ ଋଣ ନେଇପାରିବେ। RBI ସୁନା ବନ୍ଧକ ରଖିବା ପାଇଁ ମଧ୍ୟ ନିୟମ ସ୍ଥାପନ କରିଛି। ଆପଣ ୧ କିଲୋଗ୍ରାମରୁ ଅଧିକ ସୁନା ଅଳଙ୍କାର ଏବଂ ୫୦ ଗ୍ରାମ ଗୋଲ୍ଡ କଏନ ବା ସୁନା ମୁଦ୍ରା ବନ୍ଧକ ରଖିପାରିବେ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.8 ° C
    19.8 °
    19.8 °
    35 %
    1.3kmh
    100 %
    Tue
    26 °
    Wed
    27 °
    Thu
    26 °
    Fri
    26 °
    Sat
    27 °

    ସମ୍ବନ୍ଧିତ