ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କୁ କରୋନା

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କୁ କରୋନା

ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଟ୍ୱିଟ୍ କରି ସେ କହିଛନ୍ତି, ମୁଁ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ମୋ ଠାରେ କୌଣସି ଲକ୍ଷଣ ନାହିଁ। ମୁଁ ସୁସ୍ଥ ଅଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସତର୍କ କରାଇ ଦେଇଛି। ଏକାନ୍ତବାସରେ ଥାଇ କାମ କରିବି। ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବ। ଭିସି ଓ ଟେଲିଫୋନ୍ ମାଧ୍ୟମରେ ମୁଁ ସମସ୍ତ ଡେପୁଟି ଗଭର୍ଣ୍ଣର୍ ଓ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖିଛି।