ରେଜିଷ୍ଟାନ୍ସ ଫୋର୍ସକୁ ବଡ ଝଟକା : ତାଲିବାନ ସହ ଲଢେଇରେ ଜୀବନ ହାରିଲେ ଫହୀମ ଦସ୍ତୀ

ରେଜିଷ୍ଟାନ୍ସ ଫୋର୍ସକୁ ବଡ ଝଟକା : ତାଲିବାନ ସହ ଲଢେଇରେ ଜୀବନ ହାରିଲେ ଫହୀମ ଦସ୍ତୀ
ରେଜିଷ୍ଟାନ୍ସ ଫୋର୍ସକୁ ବଡ ଝଟକା : ତାଲିବାନ ସହ ଲଢେଇରେ ଜୀବନ ହାରିଲେ ଫହୀମ ଦସ୍ତୀ

କାବୁଲ ୦୬/୦୯: ପଞ୍ଜଶୀରରେ ତାଲିବାନ ଓ ରେଜିଷ୍ଟାନ୍ସ ଫୋର୍ସ ମଧ୍ୟରେ ଜୋରଦାର ଲଢେଇ ଜାରି ରହିଛି । ଏହାମଧ୍ୟରେ ରେଜିଷ୍ଟାନ୍ସ ଫୋର୍ସକୁ ବଡ ଝଟକା ଲାଗିଛି । ଫୋର୍ସ ମୁଖପାତ୍ର ଫହୀମ ଦସ୍ତୀ ତାଲିବାନ ସହ ଲଢେଇ କରି ପ୍ରାଣ ହରାଇଛନ୍ତି ।

ଟୋଲୋ ନ୍ୟୁଜର କହିବାନୁସାରେ, ରେଜିଷ୍ଟାନ୍ସ ଫୋର୍ସ ସହ ତାଲିବାନର ଲଢେଇ ଚାଲିଥିବା ବେଳେ ଦସ୍ତୀ ପ୍ରାଣ ହରାଇଛନ୍ତି । ଏନେଇ ଫୋର୍ସ ମଧ୍ୟରୁ ମଧ୍ୟ ଫେସବୁକ ପେଜରେ ସୂଚନା ଦିଆଯାଇଛି । ଫେସବୁକ ପେଜରେ ଉଲ୍ଲେଖ ରହିଛି ଯେ, ରବିବାର ଦୁଇ ଜଣ ସଦସ୍ୟଙ୍କୁ ସେମାନେ ହରାଇଛନ୍ତି । ଅମୀର ସାହେବ ମସୁଦଙ୍କ କାର୍ଯ୍ୟାଳୟ ପ୍ରମୁଖ ଫହୀମ ଦସ୍ତୀ ଓ ଫାସିବାଦ ବିରୋଧରେ ଲଢୁଥିବା ସାହିବ ବଦ୍ଦୁଦ ଝୋର ନିହତ ହୋଇଛନ୍ତି । ତେବେ ଅମରୁଲ୍ଲାହ ସାଲେହ ପଞ୍ଜଶୀରର କୌଣସି ଏକ ସୁରକ୍ଷିତ ସ୍ଥାନରେ ରହିଛନ୍ତି । ସେହିପରି ମହମ୍ମଦ ମାସୁଦ ଗତ ୩ ଦିନ ହେଲା ତାଜାକିସ୍ତାନ ଚାଲିଯାଇଛନ୍ତି ।

ଆଫଗାନିସ୍ତାନର ସାମ୍ବାଦିକ ଫ୍ରୁଡ୍ ବେଜାନ କହିଛନ୍ତି ଯେ, ପଞ୍ଜଶୀରରେ ଦସ୍ତୀଙ୍କ ଜୀବନ ଚାଲିଯାଇଛି । ସେ ଗତ ବର୍ଷ ଗଣମାମଧ୍ୟକୁ କେବଳ ପଞ୍ଜଶୀର ପାଇଁ ନୁହେଁ ବରଂ ଆଫଗାନିସ୍ତାନ ପାଇଁ ଲଢେଇ କରୁଥିବା କହିଥିଲେ । ସେ ଆଫଗାନିସ୍ତାନର ସଂଖ୍ୟାଲଘୁ ଓ ମହିଳାଙ୍କ ସୁରକ୍ଷା ଏବଂ ଅଧିକାରଙ୍କୁ ନେଇ ଚିନ୍ତିତ ରହିଥିଲେ ।

ସୂଚନାଯୋଗ୍ୟ, ତାଲିବାନ ଦାବି କରିଛି ଯେ, ପଞ୍ଜଶୀରକୁ ମଧ୍ୟ ନିଜ ସେମାନେ ନିୟନ୍ତ୍ରଣକୁ ନେଇଛନ୍ତି । ପଞ୍ଜଶୀର ଉପରେ ଏବେ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରାଯାଇଛି । ଜିଲ୍ଲା ମୁଖ୍ୟାଳୟ, ପୋଲିସ ମୁଖ୍ୟାଳୟ ଏବଂ ସସସ୍ତ ସରକାରୀ ଅଫିସ ଉପରେ ଏବେ ତାଲିବାନ ହାତକୁ ଆସିଥିବା ଦାବି କରାଯାଇଛି ।