୧୮ରୁ ସମସ୍ତ ଘରୋଇ ବିମାନ ଉଡାଣ ଉପରୁ ଉଠିବ ପ୍ରତିବନ୍ଧକ

୧୮ରୁ ସମସ୍ତ ଘରୋଇ ବିମାନ ଉଡାଣ ଉପରୁ ଉଠିବ ପ୍ରତିବନ୍ଧକ

ଦେଶରେ କୋଭିଡ କେସ୍‌ ହ୍ରାସ ପାଉଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବଡ଼ ନିଷ୍ପତ୍ତି ନେଇଛି। ଯାତ୍ରୀବାହି ବିମାନ ଉଡାଣ ଓ ପୂର୍ଣ୍ଣ କ୍ଷମତା ସହ ଉଡାଣ ଉପରେ ଲଗାଇଥିବା ପ୍ରତିବନ୍ଧକ ଅକ୍ଟୋବର ୧୮ ତାରିଖ ଠାରୁ ହଟାଇ ଦିଆଯିବ ବୋଲି ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି, ଅକ୍ଟୋବର ୧୮ ତାରିଖରୁ ଘରୋଇ ବ୍ୟବସାୟିକ ଉଡାଣରେ ଯାତ୍ରୀମାନଙ୍କ କ୍ଷମତା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯିବ । ଏହାର ଅର୍ଥ ଏବେ ବିମାନଗୁଡିକ ୧୦୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡାଣ ଭରିପାରିବ ।