ସବୁବର୍ଗର ଶ୍ରମିକଙ୍କ ପାଇଁ ଲାଗୁ ହେଲା ସଂଶୋଧିତ ମହଙ୍ଗା ଭତ୍ତା

ସବୁବର୍ଗର ଶ୍ରମିକଙ୍କ ପାଇଁ ଲାଗୁ ହେଲା ସଂଶୋଧିତ ମହଙ୍ଗା ଭତ୍ତା

ରାଜ୍ୟର ସମସ୍ତ ଶ୍ରମିକଙ୍କ ପାଇଁ ଖୁସି ଖବର। ରାଜ୍ୟ ସର୍ବନିମ୍ନ ମଜୁରୀ ଉପଦେଷ୍ଟା ବୋର୍ଡ ସୁପାରିଶ କ୍ରମେ ଓଡିଶା ସରକାର ସମସ୍ତ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ସଂଶୋଧନ କରିଛନ୍ତି।

ଅକ୍ଟୋବର ପହିଲାରୁ ସେମାନେ ଦୈନିକ 4 ଟଙ୍କା 65 ପଇସା ମହଙ୍ଗା ଭତ୍ତା ବାବଦକୁ ପାଇବେ। ରାଜ୍ୟ ସରକାର ଏନେଇ ନୀତିଗତ ନିଷ୍ପତ୍ତି ନେଇଛନ୍ତି।

ଏପଟେ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଭିଡିଏ ନେଇ ଶ୍ରମ କମିଶନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଅଣକୁଶଳୀଙ୍କ ଦୈନିକ ମଜୁରୀ ୪ଟଙ୍କା ୬୫ ବଢ଼ି ୩୦୮ ଟଙ୍କା ହୋଇଛି । ସେହିପରି ଅର୍ଦ୍ଧକୁଶଳୀଙ୍କ ୩୪୮ ଟଙ୍କା, କୁଶଳୀଙ୍କ ୩୯୮ ଟଙ୍କା ଓ ଉଚ୍ଚ କୁଶଳୀଙ୍କ ମଜୁରୀ ୪୫୮ ଟଙ୍କା ହୋଇଛି ।