ରାଜଧାନୀରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ,୨ ଗିରଫ

ରାଜଧାନୀରୁ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ,୨ ଗିରଫ

ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହର । ଡିଲ୍ ବେଳେ ମାଡିବସିଲା ଏସଟିଏଫ୍ । ଆଜି ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହାସହିତ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଭୁବନେଶ୍ୱର ରସୁଲଗଡ ଛକ ନିଟକରେ ବ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢାଉ କରିଥିଲା । ଘଟଣାରେ ପଶ୍ଚିମବଙ୍ଗ ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୧ କିଲୋ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଏମାନେ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଓଡିଶାରେ ବକ୍ରି କରୁଥିବାର ଏସଟିଏଫ୍ କହିଛି। ତେବେ କାହାକୁ ବ୍ରାଉନସୁଗାର ଦେବାକୁ ସେମାନେ ଆସିଥିଲେ ଏବଂ କେଉଁଠିକୁ ଯୋଗାଣ କରୁଥିଲେ । ସେନେଇ ଏସଟିଏଫ ଅଧିକ ତଦନ୍ତ ଚଳାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ପୁଳା ପୁଳା ବ୍ରାଉନସୁଗାର ଜବତ ହେବା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।