Thursday, April 2, 2026
37.1 C
Odisha

    ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୫୪ ହଜାର ଲୁଟ୍‌

    ଆଗକୁ ପଢନ୍ତୁ

    କାଳିଆପାଣି: ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ମୁଖ୍ୟରାସ୍ତାରୁ ଆଜି ଅପରାହ୍ଣ ୩ରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସୂଚନା ମୁତାବକ ଭୁବନ ଏଲ୍ ଆଣ୍ଡ ଟି ଫାଇନାନ୍ସ କର୍ମଚାରୀ ତଥା ଭଦ୍ରକ ଅଞ୍ଚଳର ସୋମନାଥ ରାଉତ ଆଜି ପିମ୍ପୁଡ଼ିଆ ଅଞ୍ଚଳକୁ ଫାଇନାନ୍ସ ଟଙ୍କା ଆଦାୟ ପାଇଁ ଆସିଥିଲେ। ଅପରାହ୍ଣ ୩ଟା ରେ ଆଦାୟ ହୋଇଥିବା ୫୪ ହଜାର ଟଙ୍କା ନେଇ ପିମ୍ପୁଡ଼ିଆ ରାସ୍ତାରେ ଭୁବନ ଯାଉଥିଲେ। ଏକାଧିକ ଲୁଟେରା ଆସି ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିବା ସହ ସୋମନାଥଙ୍କ ଠାରୁ ସବୁଟଙ୍କା ଛଡ଼େଇ ନେଇଥିଲେ। ଏନେଇ ସୂଚନା ପାଇବା ପରେ ସୁକିନ୍ଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ