ରଣପୁର ଗ୍ରାମ ଉନ୍ନୟନ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ରଣପୁର ଗ୍ରାମ ଉନ୍ନୟନ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ ଜିଲ୍ଲା ରଣପୁର ଗ୍ରାମ ଉନ୍ନୟନ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଋଷିନାଥ ବରାଳଙ୍କୁ ଗିରଫ କଲା ଭିଜିଲାନ୍ସ । ଋଷିନାଥ ବରାଳଙ୍କ ନିକଟରୁ ୨ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ୩୫ ହଜାର ଟଙ୍କାର ପୁରୁଣା ୫୦୦ ଟଙ୍କିଆ ନୋଟ୍ ଜବତ କରିଛି ଭିଜିଲାନ୍ସ । ଗୁରୁବାର ଦିନ ନୟାଗଡ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳରେ ଏକକାଳିନ ଚଡାଉ ହୋଇଥିଲା । ଚଢାଉ ବେଳେ ତାଙ୍କ ଘର ଦେଖି କାବା ହୋଇଯାଇଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ଘରେ କୋଟି କୋଟି ଟଙ୍କାର ସାଜସଜା ହୋଇଛି ।ଭୁବନେଶ୍ୱର ନିଳାଦ୍ରୀ ବିହାର ଅଂଚଳରେ ଥିବା ତିନି ମହଲା କୋଠାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଢେଙ୍କାନାଳର ସଡଙ୍ଗୀ ଠାରେ ଗୋଟିଏ ଘର, ୯ଟି ପ୍ଲଟ, ଗୋଟିଏ ଚାରି ଚକିଆ ଗାଡି, ଗୋଟିଏ ଦୁଇ ଚକିଆ ଗାଡି, ୪୪ଲକ୍ଷ ୭୩ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ, ୯ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା, ୧ଲକ୍ଷ ୩୦ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ତାଙ୍କ ମୋଟ ସମ୍ପତିର ମୂଲ୍ୟ ୨କୋଟି ୫୧ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।