ହାରିଗଲେ ମୁମ୍ୱାଇ ଗଣଦୁଷ୍କର୍ମ ପୀଡିତା, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ହାରିଗଲେ ମୁମ୍ୱାଇ ଗଣଦୁଷ୍କର୍ମ ପୀଡିତା, ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ

ମୁମ୍ୱାଇ ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷର ମହିଳାକୁ ବଳାତ୍କାର କରାଯିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ସାଂଘାତିକ ଭାବେ ଆକ୍ରମଣ କରାଯାଇଥିଲା । ମହିଳାଙ୍କୁ ଅଟୋରେ ଗଣଦୁଷ୍କର୍ମ କରାଯାଇଥିବାର ଜଣା ପଡ଼ିଛି। ହେଲେ ଏବେ ଚିକିତ୍ସିତ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରାଜୱାଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ହୋଇଛି।

ଖବର ଅନୁଯାୟୀ, ଘଟଣା ପରେ ପୀଡିତାଙ୍କ ବହୁ ପରିମାଣରେ ରକ୍ତସ୍ରାବ ହୋଇଥିଲା । ରକ୍ତ ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ କଣ୍ଟ୍ରୋଲ ରୁମକୁ ଶୁକ୍ରବାର ଦିନ ଏକ କଲ ଆସିଥିଲା ​​ଯେ ଜଣେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯଇଥିଲା।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ସେଠାରୁ ମହିଳାଙ୍କୁ ରାଜୱାଡି ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ତାଙ୍କୁ ବଳାତ୍କାର କରାଯାଇ ତାଙ୍କ ବ୍ୟକ୍ତିଗତ ଅଂଶରେ ଲୁହା ରଡରେ ଆକ୍ରମଣ କରାଯାଇଥିଲା । ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଥିଲା।

ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଆଇପିସିର ଧାରା ୩୦୭, ହତ୍ୟା ଉଦ୍ୟମ ଏବଂ ୩୭୬ ବଳାତ୍କାର କରିବା ଅଭିଯୋଗରେ ଗିରଫ କରାଯାଇଛି ।