ଓ୍ୱିପ୍ରୋ କର୍ମଚାରୀଙ୍କର ବେତନକୁ ନେଇ ଆସିଲା ଖୁସି ଖବର...

ଓ୍ୱିପ୍ରୋ କର୍ମଚାରୀଙ୍କର ବେତନକୁ ନେଇ ଆସିଲା ଖୁସି ଖବର...

ଦେଶର ବଡ଼ ସଫ୍ଟଓ୍ୱେର କମ୍ପାନୀମାନଙ୍କ ମଧ୍ୟରୁ ଓ୍ୱିପ୍ରୋ ଅନ୍ୟତମ । କରୋନା କାଳରେ ଏହି କମ୍ପାନୀ ତା’ର କର୍ମଚାରୀମାନଙ୍କୁ ଗୃହରେ ରହି କାର୍ଯ୍ୟ କରିବାର ସୁବିଧା ପ୍ରଦାନ କରିଥିଲା ଏବଂ କୌଣସି କର୍ମଚାରୀଙ୍କୁ ଛଟେଇ ନକରି ବିଶେଷ ଭାବରେ ଚର୍ଚ୍ଚାରେ ରହିଥିଲା । ବର୍ତ୍ତମାନ ଆଉ ଏକ ଚର୍ଚ୍ଚିତ ପଦକ୍ଷେପ ସ୍ୱରୂପ ଓ୍ୱିପ୍ରୋ ପକ୍ଷରୁ ଏହାର କର୍ମଚାରୀମାନଙ୍କର ବେତନ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ଏବଂ ଏହି ବର୍ଦ୍ଧିତ ବେତନ ଜାନୁଆରୀ ୧ ତାରିଖରୁ ପ୍ରାୟ ୮୦ପ୍ରତିଶତ ଜୁନିଅର ସ୍ତରର କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ । ଏଥିସହିତ ଯେଉଁ କର୍ମଚାରୀଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଭଲ ରହିଛି ସେମାନଙ୍କୁ ପଦୋନ୍ନତି ମଧ୍ୟ କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।