ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୨ ମହଲା ଘର

ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୨ ମହଲା ଘର
ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ୨ ମହଲା ଘର

ସୋର ୦୫।୧୨: ବିଦ୍ୟୁତ୍ ସର୍ଟସାର୍କିଟ୍ରୁ ଜଳିଗଲା ଦୁଇ ମହଲା ଘର । ଲକ୍ଷ ଲକ୍ଷ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଛି l ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା କମରପୁର ସଂଗ୍ରାମ କେଶରି ମହାନ୍ତିଙ୍କ ଘରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଖବର ଅନୁଯାୟୀ, ସଂଗ୍ରାମ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ କଟକ ଯାଇଥିବା ବେଳେ ଘରେ କେହି ନଥିଲେ । ଆଜି ସକାଳେ ପଡୋଶୀ ଲୋକେ ଘର ଝରକାରେ ନିଆଁ ଜଳୁଥିବାର ଦେଖିଵାକୁ ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିଛନ୍ତି। ଘରେ ତାଲା ପଡିଥିବାରୁ ସ୍ଥନୀୟ ଲୋକ ଓ ଅଗ୍ନିଶମ ବାହିନୀ ତାଲା ଭାଙ୍ଗି ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।