ଏସବିଆଇର ନୂତନ ନିୟମ; ଏଟିଏମରୁ ଟଙ୍କା ଉଠାଇବା ସମୟରେ ଦେବାକୁ ହେବ ଓଟିପି

ଏସବିଆଇର ନୂତନ ନିୟମ; ଏଟିଏମରୁ ଟଙ୍କା ଉଠାଇବା ସମୟରେ ଦେବାକୁ ହେବ ଓଟିପି

ଦିନକୁ ଦିନ ଏଟିଏମ କାର୍ଡ ଦ୍ୱାରା ହେଉଥିବା ଠକେଇ ମାମଲା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ନିୟମ ଆଣିଛି ଏସବିଆଇ । ନିୟମ ଅନୁଯାୟୀ ଏସବିଆଇ ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓଟିପି ଦେବାକୁ ହେବ । ଏହି ନିୟମ ଲାଗୁ ହେବା ପରେ ଏଟିଏମ କାର୍ଡ ଠକେଇ ମାମଲା କମ ହେବ ବୋଲି କୁହାଯାଉଛି ।

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ୪ ଅଙ୍କ ବିଶିଷ୍ଟ ଓଟିପି ନଂ ଦେବାକୁ ହେବ । ଓଟିପି ନଂ ଭେରିଫାଇ କରିବା ପରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ । ଏନେଇ ଏସବିଆଇ ଟ୍ୱିଟ ଜରିଆରେ ସୂଚନା ଦେଇଛି । ଅକ୍ଟୋବର ୨୪ରେ ବ୍ୟାଙ୍କ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଉପରେ ବ୍ୟାଙ୍କ ଦ୍ୱାରା ଏହି ନୂତନ ନିଷ୍ପତ୍ତି ଘୋଷଣା କରିଛି। ଆପଣଙ୍କୁ ଠକେଇରୁ ରକ୍ଷା କରିବା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ଏସବିଆଇ ଟ୍ୱିଟ କରି ଜଣାଇଛି।