ମହାରାଷ୍ଟ୍ର ବିଜେପି ବିଧାୟକ ନିଲମ୍ବନଘଟଣା : ନିଲମ୍ବନ ରଦ କକେ ସୁପ୍ରିମକୋର୍ଟ

ମହାରାଷ୍ଟ୍ର ବିଜେପି ବିଧାୟକ ନିଲମ୍ବନଘଟଣା : ନିଲମ୍ବନ ରଦ କକେ ସୁପ୍ରିମକୋର୍ଟ

ମହାରାଷ୍ଟ୍ରରେ ୧୨ ବିଜେପି ବିଧାୟକଙ୍କୁ ନିଲମ୍ବନ ଘଟଣା । ବିଧାୟକଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଏଭଳି କାର୍ଯ୍ୟାନୁଷ୍ଠାନକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ । ଗୋଟିଏ ବର୍ଷ ଲେଖାଏଁ ନିଲିମ୍ବିତ ହୋଇଥିଲେ ୧୨ ବିଧାୟକ ।ଖବର ଅନୁଯାୟୀ , ଗତ ବର୍ଷ ଜୁଲାଇ ୫ରେ ମହାରାଷ୍ଟ୍ରର ବିଧାନସଭାର ବାଚସ୍ପତି ଗୋଟିଏ ବର୍ଷ ଲାଗି ୧୨ଜଣ ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ମାର୍ସଲଙ୍କୁ ଦୁର୍ବବ୍ୟହାର କରିଥିବା ନେଇ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଜେପି ସୁପ୍ରିମକୋର୍ଟ ଯାଇଥିଲା । ମଙ୍ଗଳବାର ଦିନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ସଂରକ୍ଷିତ ଥିବା ରାୟକୁ ଗତକାଲି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସମସ୍ତ ୧୨ ବିଧାୟକଙ୍କ ନିଲମ୍ବିତକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବିଚାରପତି କହିଥିଲେ, ଏଭଳି କାର୍ଯ୍ୟାନୁଷ୍ଠାନକୁ ଅସାମ୍ବିଧାନିକ । ଏହା ଗଣତନ୍ତ୍ର ପାଇଁ ଠିକ୍‌ ନୁହେଁ । କାର୍ଯ୍ୟାନୁଷ୍ଠାନ ଅତି ବଡ଼ ହେବା ଅନୁଚିତ ।