ନଭେମ୍ବର ୧୪ରେ ପରୀକ୍ଷା NDA ପରୀକ୍ଷା, ଚଳିତ ବର୍ଷ ପରୀକ୍ଷା ଦେବେ ମହିଳା

ନଭେମ୍ବର ୧୪ରେ ପରୀକ୍ଷା NDA ପରୀକ୍ଷା, ଚଳିତ ବର୍ଷ ପରୀକ୍ଷା ଦେବେ ମହିଳା

ଚଳିତ ବର୍ଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ । ଏନଡିଏରେ ମହିଳାଙ୍କୁ ପରୀକ୍ଷା ସୁଯୋଗ ଦେବା ପ୍ରକ୍ରିୟା ଚଳିତବର୍ଷ ସ୍ଥଗିତ ରଖିବା ଲାଗି କେନ୍ଦ୍ର କରିଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତା ବର୍ଷ ମେ ମାସରେ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ସୁଯୋଗ ଦିଆଯିବା ନେଇ କେନ୍ଦ୍ର କରିଥିବା ଆବେଦନକୁ କୋର୍ଟ ଗ୍ରହଣ ଖାରଜ କରିଛନ୍ତି । ଆସନ୍ତା ନଭେମ୍ବର ୧୪ରେ ଏହି ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରିବାକୁ କେନ୍ଦ୍ର ଲୋକସେବା ଆୟୋଗ(UPSC)ku ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମହିଳାମାନେ ଯଦି ୨୦୨୨ ମେ ମାସରେ ପରୀକ୍ଷା ଦେବେ ତେବେ ସେମାନଙ୍କୁ ଗ୍ରହଣ କରିବା ପ୍ରକ୍ରିୟା ଜୁନ ୨୦୨୩ରେ ଆରମ୍ଭ ହେବ । ଏହାକୁ ବର୍ଷେ ଯାଏଁ ସ୍ଥଗିତ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ମହିଳାମାନଙ୍କୁ ଆମେ ଆଶା ଦେଉଛୁ । ସେମାନଙ୍କ ଆଶାକୁ ଆମେ ଅଗ୍ରାହ୍ୟ କରିପାରିବୁ ନାହିଁ, ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି କିଛି ଦିନ ପୂର୍ବରୁ ସହମତି ପ୍ରକାଶ କରିଥିଲେ ସ୍ଥଳ ସେନା, ନୌସେନା, ବାୟୁ ସେନା ମୁଖ୍ୟ।