ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା; ଗୋବିନ୍ଦ ସାହୁଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା; ଗୋବିନ୍ଦ ସାହୁଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଅଟକ ରହିଥିଲେ । ତାଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଛି ବଲାଙ୍ଗୀର ପୋଲିସ । ତେବେ ଫେରାର ଗୋବିନ୍ଦ ସାହୁଙ୍କୁ ଧରିବା ପାଇଁ ପୁରସ୍ତାର ରାଶିକୁ ବୃଦ୍ଧି କରିଛି ବଲାଙ୍ଗୀର ପୋଲିସ । ଗୋବିନ୍ଦଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୨୦ ହଜାର ଥିବା ବେଳେ ତାହାକୁ ବୃଦ୍ଧି କରାଯାଇଛି ।

ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟମାରେ ଅଟକ ରହିଥିବା ୨ ଜଣଙ୍କ ସୂଚନା ଆଧାରରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା । ମହାଲିଙ୍ଗ ଷ୍ଟାଡିୟମ୍‌ରୁ ମିଳିଛି ଗଳିତ ମୃତଦେହ । ମୃତଦେହଟି ନିଖୋଜ ମମିତା ମେହେରଙ୍କ ଅଟେ । ତେବେ ଉଦ୍ଧାର ହୋଇଥିବା ମୃତଦେହର ଡିଏନଏ ଟେଷ୍ଟ କରାଯାଇଛି ।

ମାଜିଷ୍ଟ୍ରେଟଙ୍କ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଘଟମାସ୍ଥଳରେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ପୋଲିସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମରେ ମାଟି ଖୋଳି ଯାଞ୍ଚ କରିବା ପୂର୍ବରୁ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିଲା ।