ବଢୁଛି ଟଙ୍କାର ମୂଲ୍ୟ

ବଢୁଛି ଟଙ୍କାର ମୂଲ୍ୟ

ଆଜି ଭାରତୀୟ ସେୟାର ବଜାରରେ ନୂଆ ରେକର୍ଡ ଦେଖିବାକୁ ମିଳିଛି , ବ୍ୟବସାୟ ଆରମ୍ଭରୁ ଭଲ କାରବାର ହୋଇଛି । ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ରେକର୍ଡ ସ୍ତରରେ ପହଁଚିଛି । ବିଏସଇ ସେନସେକ୍ସ ୨୦୫ ଅଙ୍କ ବୃଦ୍ଧି ପାଇ ୫୬୩୨୯.୨ରେ ଖୋଲିଥିଲା ପରେ ଏହା ୫୬୭୩୪.୨୯ରେ ପହଞ୍ଚିଥିଲା । ସେହିପରି ସୋମବାର ଟଙ୍କା ମଧ୍ୟ ଅଳ୍ପ ଶକ୍ତିଶାଳୀ ହୋଇଥିବା ପରିଲକ୍ଷିତ ହୋଇଛି । ଏହାସହ  ନିପ୍ଟି ୭୦ ଅଙ୍କ ବଢି ୧୬,୭୭୫.୮୫ରେ ଖୋଲିଥିଲା । ସକାଳ ୧୦ଟା ୪୫ରେ ନିଫ୍ଟି ୧୭୬ ଅଙ୍କ ବୃଦ୍ଧି ପାଇ ୧୬,୮୮୧.୩୫ ପଏଣ୍ଟରେ ପହଁଚିଥିଲା । ନିଫ୍ଟି ରିୟଲ୍ଟି ଇଣ୍ଡେକ୍ସ ଲଗାତର ତୃତୀୟ ଦିନରେ ଭଲ କାରବାର କରିଛି । ଶୋଭା, ଫୋଏନିକ୍ସ ଓ ଓବରେୟ ରିଅଲ୍ଟିର ସେୟାର ୨ରୁ ୫ ପ୍ରତିଶତ ଯାଏଁ ବଢିଛି । ମେଟାଲ ସେୟାରରେ ମଧ୍ୟ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ଆତଙ୍କ ଟିକେ ହ୍ରାସ ପରେ ଭାରତୀୟ ସେୟାର ବଜାରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।