‘ସୁପର ଡାନ୍ସର୍ ୪’କୁ କମ୍‌ବ୍ୟାକ୍ କଲେ ଶିଳ୍ପା

‘ସୁପର ଡାନ୍ସର୍ ୪’କୁ କମ୍‌ବ୍ୟାକ୍ କଲେ ଶିଳ୍ପା

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ‘ସୁପର ଡାନ୍ସର୍ ୪’ର ଜଜ୍ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାରଣରୁ ଶୋ’ରେ ନଜର ଆସୁ ନାହାଁନ୍ତି । ଶୋ’ରେ ଶିଳ୍ପାଙ୍କ ଅଭାବକୁ ପୁରଣ କରିବା ପାଇଁ ପ୍ରତି ସପ୍ତାହରେ ଏକ ନୂଆ ଅତିଥିଙ୍କୁ ଡକାଯାଏ ।  ତେଣୁ ପ୍ରଶଂସକମାନେ ଶିଳ୍ପାଙ୍କ ବିଷୟରେ କଳ୍ପନା କରିବା ଆରମ୍ଭ କଲେ ଯେ, ଶୋ’ର ନିର୍ମାତାମାନେ ତାଙ୍କୁ ବାହାର କରି ଦେଇଛନ୍ତି, ତାଙ୍କୁ ଆଉ ଶୋରେ ଦେଖିବାକୁ ମିଳିବ ନାହିଁ । କିନ୍ତୁ, ବର୍ତ୍ତମାନ ଶିଳ୍ପାଙ୍କ ପ୍ରଶଂସକଙ୍କୁ ଖୁସି କରିଦେବା ଭଳି ଏକ ଖବର ସାମ୍ନାକୁ ଆସିଛି। ଶିଳ୍ପା ପୁଣି ‘ସୁପର ଡାନ୍ସର୍ ୪’ ସେଟ୍‌କୁ ଫେରିଛନ୍ତି । 

ଆସନ୍ତା ସପ୍ତାହର ଏପିସୋଡ ପାଇଁ ଶିଳ୍ପା ଆଜି ସୁଟିଂ କରୁଛନ୍ତି। ଶିଳ୍ପା ୨୦୧୬ ମସିହାରୁ ଶୋ’ର ପ୍ରଥମ ସିଜିନରୁ ବିଚାର କରିଆସୁଛନ୍ତି। ନିର୍ମାତାମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ସ୍ଥାନରେ ଅନ୍ୟ କୌଣସି ସେଲିବ୍ରେଟଙ୍କୁ ନେବାକୁ ଚାହୁଁନଥିଲେ।ଆସନ୍ତା ସପ୍ତାହର ଏପିସୋଡ ପାଇଁ ଶିଳ୍ପା ଆଜି ସୁଟିଂ କରୁଛନ୍ତି। ଶିଳ୍ପା ୨୦୧୬ ମସିହାରୁ ଶୋ’ର ପ୍ରଥମ ସିଜିନରୁ ବିଚାର କରିଆସୁଛନ୍ତି। ନିର୍ମାତାମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ସ୍ଥାନରେ ଅନ୍ୟ କୌଣସି ସେଲିବ୍ରେଟଙ୍କୁ ନେବାକୁ ଚାହୁଁନଥିଲେ।