ଅଙ୍ଗନୱାଡି ଚାକିରି ଦେବାକୁ ଲାଞ୍ଚ ନେଇବା ବେଳେ ଧରା ହେଲେ ICDS

ଅଙ୍ଗନୱାଡି ଚାକିରି ଦେବାକୁ ଲାଞ୍ଚ ନେଇବା ବେଳେ ଧରା ହେଲେ ICDS

ଭିଜିଲାନ୍ସ ପଞ୍ଝାରେ ଆଇସିଡିଏସ ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ର ଆଇସିଡିଏସ ସୁପର ଭାଇଜର ହର୍ଶମଣୀ ଦେଈଙ୍କୁ ଧରିଛି ଭିଜିଲାନ୍ସ । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନୱାଡିରେ ଚାକିରି ପକା କରେଇ ଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କୁ ପ୍ରମାଣ ସହ ଧରିଥିଲା। ସୁପରଭାଇଜର ଖଡିଆଳ ଥାନା ଅଁଳାଭଟା ଗାଁର ହୋଇଥିବା ବେଳେ ଖଡିଆଳରେ ଭଡା ନେଇ ରହୁଥିଲେ । ସିନାପାଲି ଅଫିସ୍ ଓ ଖଡିଆଳ ଭଡାଘର ସମେତ ଅଁଳାଭାଟା ତିନୋଟି ସ୍ଥାନରେ ରେଡ୍ ଜାରି ରହିଛି। ଏହାସହ ଏନେଇ ଭିଜିଲାନ୍ସ ଅଧିକ ତଦନ୍ତ କରିବା ସହ ତାଙ୍କୁ ପଚାରଉଚରା କରୁଛି।