ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ; ନୌସେନାର ୫ ଯବାନ ନିଖୋଜ

ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ; ନୌସେନାର ୫ ଯବାନ ନିଖୋଜ
indiatoday

ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ ହୋଇଛି। ନୌସେନା ପର୍ବତାରୋହୀ ଦଳ ହିମସ୍ଖଳନର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ନୌସେନାର ୨୦ ସଦସ୍ୟ ଟିମ ମାଉଣ୍ଟ ତ୍ରିଶୂଳ ଆରୋହଣ କରୁଥିଲେ। ଶୁକ୍ରବାର ସକାଳ ପ୍ରାୟ ସାଢେ ୫ଟା ସମୟରେ ଟିମର ୫ ସଦସ୍ୟ ଓ ତାଙ୍କ ସହ ଚାଲୁଥିବା ଏକ ପୋର୍ଟର ହିମସ୍ଖଳନର ଶିକାର ହୋଇଛି। ଘଟଣା ପରଠୁ ୬ ଜଣ ନିଖୋଜ ଅଛନ୍ତି। ନୌସେନା ଓ ପ୍ରଶାସନ ସେମାନଙ୍କ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ଏବେ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ନେହରୁ ପର୍ବତାରୋହଣ ସଂସ୍ଥା ତରଫରୁ ମଧ୍ୟ ଉଦ୍ଧାରକାରୀ ଟିମକୁ ମାଉଣ୍ଟ ତ୍ରିଶୂଳ ପଠାଯାଇଛି।

ନୌସେନା ଟିମ ପ୍ରାୟ ୧୫ ଦିନ ପୂର୍ବରୁ ୭ ହଜାର ୧୨୦ ମିଟର ଉଚ୍ଚ ତ୍ରିଶୂଳ ପର୍ବତ ଆରୋହଣ ପାଇଁ ବାହାରିଥିଲା। ଶୁକ୍ରବାର ସକାଳୁ ଟିମ ଆଗକୁ ବଢ଼ିବାରୁ ଟିମ ତୁଷାର ଝଡ ସହ ସାମ୍ନା କରିଥିଲା। ଟିମର ୫ ସଦସ୍ୟ ଓ ପୋର୍ଟର ଏବଲାଞ୍ଚରେ ଫସିଗଲେ। ତାପରଠୁ ସେମାନେ ନିଖୋଜ ଅଛନ୍ତି।