ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ ଡ୍ୟୁଟିର ସୁବିଧା

ଛୁଟିରେ ଥିବା ସୈନିକଙ୍କ ମୃତ୍ୟୁ ହେଲେ ମିଳିବ ଡ୍ୟୁଟିର ସୁବିଧା

ଛୁଟିରେ ରହଥିବା ସୈନିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି। ଯଦି ଛୁଟିରେ ଯାଇଥିବା କୌଣସି ସୈନିକଙ୍କ ଉପରେ ଆକ୍ରମଣ ହେଉଛି ଓ ସେଥିରେ ସୈନିକଙ୍କ ମୃତ୍ୟୁ ହେଉଛି। ତେବେ ଏହାକୁ ଡ୍ୟୁଟିରେ ଥାଇ ମୃତ୍ୟୁ ହୋଇଛି ବୋଲି ଘୋଷଣା କରାଯିବ। ଏହି ଅନୁସାରେ ମୃତ ସୈନିକଙ୍କ ପରିବାରକୁ କ୍ଷତି ପୁରଣ ପ୍ରଦାନ କରାଯିବ।ଏହି ନିର୍ଦ୍ଦେଶକୁ ତିନି ସେନା ପାଇଁ ଲାଗୁ କରିଦିଆଯାଇଛି। ବର୍ତ୍ତମାନ କୌଣସି ସମସ୍ୟା ଉପରେ ଯାରି କରାଯାଇଥିବା ନିର୍ଦ୍ଦେଶରେ ଆଲୋଚନା କରାଯାଇନାହିଁ। ଯଦି କୌଣସି ସୈନିକ ଛୁଟିରେ ନିଜ ଘରକୁ କିମ୍ବା ଅନ୍ୟ କେଉଁଆଡ଼େ ଯାଇଥିବା ସମୟରେ ଚରମପନ୍ଥି ବା ଅସାମାଜିକ ବ୍ୟକ୍ତିମାନଙ୍କ ଆକ୍ରମଣରେ ଶୀକାର ହୋଇ ମୃତ୍ୟୁହୁଏ ତେବେ ଏହାକୁ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ହୋଇଛି ବୋଲି ଗଣନା କରାଯିବ ।

ଏହାସହ ସମ୍ପୃକ୍ତ ସୈନିକଙ୍କ ପରିବାରକୁ ଡ୍ୟୁଟି ସମୟରେ ମୃତ୍ୟୁ ହେଲେ ଯେଉଁଭଳି କ୍ଷତିପୁରଣ ମିଳେ ସେହିଭଳି କ୍ଷତିପୁରଣ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଛୁଟିର ଅର୍ଥ ସମସ୍ତ ପ୍ରକାର ଛୁଟି ଯାହା ସରକାର ସମସ୍ତ ସୈନିକମାନଙ୍କୁ ପ୍ରଦାନ କରନ୍ତି । ପ୍ରକୃତରେ କିଛିଦିନ ହେଲା ସୈନିକମାନଙ୍କ ଉପରେ ଆକ୍ରମଣ ବଢ଼ିଯାଇଛି। ଯେତେବେଳେ ସୈନ୍ୟମାନେ ଛୁଟିରେ ରହୁଛନ୍ତି ଏହା ଅଧୀକ ପରିମାଣରେ ହେଉଛି । ଏହି ଭଳି ଘଟଣା କାଶ୍ମୀରରେ ଅଧୀକ ଦେଖା ଦେଉଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ”ସୈନିକମାନେ ଭାରତୀୟ ସେନା କର୍ମଚାରୀ ହୋଇଥିବାରୁ ସେମାନଙ୍କ ଉପରେ ଛୁଟିଦିନରେ ଆକ୍ରମଣ ହେଉଛି; ସେଥିପାଇଁ ସେମାନେ ଏହି ଲାଭ ପାଇବାର ହକଦାର”। କିନ୍ତୁ ଯଦି ବ୍ୟକ୍ତିଗତ ଶତୃତା ଯୋଗୁଁ କୌଣସି ସୈନିକଙ୍କ ଉପରେ ଆକ୍ରମଣ ହୁଏ ଏବଂ ତ ତାଙ୍କର ମୃତ୍ୟୁ ହୁଏ ସେ ଏହି ଯୋଜନାର ଲାଭ ପାଇବେ ନାହିଁ । ସମ୍ପୃକ୍ତ ସୈନିକଙ୍କ ପରିବାରକୁ ମଧ୍ୟ କୌଣସି କ୍ଷତିପୁରଣ ମିଳିବ ନାହିଁ।