ଚାକିରି ହେଉନି କି କରନ୍ତୁ ଏମିତି, ନିଶ୍ଚୟ ପାଇବେ ଭଲ ଚାକିରି

ଚାକିରି ହେଉନି କି କରନ୍ତୁ ଏମିତି, ନିଶ୍ଚୟ ପାଇବେ ଭଲ ଚାକିରି

ଆଜିର ସମୟରେ ଚାକିରିଟେ ପାଇବା କାଠିକର ପାଠ। ଏକ ଭଲ ଚାକିରି ପାଇବା ଭାଗ୍ୟର କଥା ହୋଇଥାଏ ବୋଲି କୁହାଯାଏ | ବେଳେବେଳେ ଆମକୁ ଭଲ ଚାକିରିତ ମିଳିଥାଏ ହେଲେ ତାର ପରିଚାଳନା କରିବା କଷ୍ଟକର ହୋଇଥାଏ | ମାଲିକଙ୍କ କଡା ଆଚରଣ ଏବଂ ସହକର୍ମୀଙ୍କ ଅସହଯୋଗ ହେତୁ ଚାକିରିରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ | ଏହାସହ କେତେକ ବାସ୍ତୁ ଦୋଷ ପାଇଁ ମଧ୍ୟ ଚାକିରି ସମସ୍ୟା ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ବାସ୍ତୁ ଟିପ୍ସ ବିଷୟରେ କହୁଛି ଯାହା କି ଚାକିରି ଜୀବନରେ ଚାଲିଥିବା ସମସ୍ତ ଅସୁବିଧାକୁ ଦୂର କରିବାରେ ସହାୟକ ହେବ । ଏହି ଟିପ୍ସ ଦ୍ଵାରା ଉଭୟ ସହକର୍ମୀଙ୍କ ସହଯୋଗ ଏବଂ ପଦୋନ୍ନତି ପାଇପାରିବେ । ଯଦି ଆପଣଙ୍କ କାମରେ ବାଧାପ୍ରାପ୍ତ ହେଉଛି ତେବେ ପ୍ରତିଦିନ ସକାଳେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଏହା ସହିତ ପ୍ରତି ଗୁରୁବାର ଦିନ କଦଳୀ ଗଛର ମୂଳରେ ଜଳ ଦିଅନ୍ତୁ। ଏହି ଦିନ, ଚଣା ଡାଲି ଏବଂ କଦଳୀ ଦାନ କରନ୍ତୁ ଏବଂ କେବଳ ହଳଦିଆ ଜିନିଷ ଖାଆନ୍ତୁ। ଏବଂ ପ୍ରତିଦିନ ଭଗବାନ ଶିବଙ୍କ ପୂଜା କରିବା ସହ ନିଜ ମନ କଥା କୁହନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଦୂର ହୋଇଥାଏ, ଉପରସ୍ଥ ଅଧିକାରୀ ତୁମ କାମରେ ଖୁସି ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହନୁମାନଙ୍କର ଉଡନ୍ତା ଫଟୋ ଘରେ ରଖନ୍ତୁ, ଏହା ନିଶ୍ଚିତ ଭାବରେ ଲାଭଦାୟକ ହେବ।ଏହାସହ ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ।ଗୋଟିଏ ମଙ୍ଗଳବାର ଦେଖି ଖାଲିପାଦରେ ୪୦ ଦିନ ପର୍ଯ୍ୟନ୍ତ ହନୁମାନ ମନ୍ଦିର ଯାଇ ନାଲି ଗୋଲାପ ଅର୍ପଣ କରନ୍ତି, ଏହାଦ୍ଵାରା ସମସ୍ତ ଚାକିରି ଜନିତ ସମସ୍ୟା ଦୂର ହେବ। ପ୍ରତି ଶନିବାର ଶନି ଦେବଙ୍କ ମନ୍ଦିର ପରିଦର୍ଶନ କରି ତାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବା ସହ ପଦୋନିତ୍ ହେବ। ଚାକିରିରେ ଆସୁଥିବା ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଘରେ ଭଗବାନ ଗଣେଶଙ୍କ ଫଟୋ ରଖି ପୂଜା କରନ୍ତୁ।ମନେରଖନ୍ତୁ ଯେପରି ଚିତ୍ରରେ ଭଗବାନ ଗଣେଶଙ୍କ ଶୁଣ୍ଢ ଡାହାଣ ପାଖକୁ ବକ୍ର ହୋଇଥିବ । ଏହା ବ୍ୟତୀତ ପ୍ରତିଦିନ ସାତୋଟି ବିଭିନ୍ନ ପ୍ରକାରର ଶସ୍ୟ ମିଶାଇ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ।