୨୪ ଘଣ୍ଟାରେ ୧ ଲକ୍ଷ ଅତିକ୍ରମ କଲା ସୌରିନ୍‌ଙ୍କ ଗୀତ ‘ମନେ ପଡ଼ିବି ବେସି ବେସି’

୨୪ ଘଣ୍ଟାରେ ୧ ଲକ୍ଷ ଅତିକ୍ରମ କଲା ସୌରିନ୍‌ଙ୍କ ଗୀତ ‘ମନେ ପଡ଼ିବି ବେସି ବେସି’
୨୪ ଘଣ୍ଟାରେ ୧ ଲକ୍ଷ ଅତିକ୍ରମ କଲା ସୌରିନ୍‌ଙ୍କ ଗୀତ ‘ମନେ ପଡ଼ିବି ବେସି ବେସି’

ଭୁବନେଶ୍ୱର, ୧୨/୦୯: ସିଦ୍ଧାର୍ଥ ମ୍ୟୁଜିକ୍‌ ପ୍ରେଜେଣ୍ଟ୍ସ ମନେ ପଡ଼ିବି ବେସି ବେସି ଗୀତ ବେଶ୍‌ ଲୋକପ୍ରିୟ ହୋଉଥିବା ଦେଖିବାକୁ ମିଳିଛି । ୟୁବ୍‌ଟ୍ୟୁବ୍‌ରେ ୨୪ ଘଣ୍ଟା ଭିତରେ ଏହି ଗୀତଟିକୁ ୧ ଲକ୍ଷ ଲୋକ ଦେଖିସାରିଲେଣି । ଗୀତଟିକୁ ସୁନାମଧନ୍ୟ ବଲିଉଡ୍‌ ଗାୟକ ସୌରିନ୍‌ ଭଟ୍ଟ ଗାଇଛନ୍ତି । ବଲିଉଡ୍‌ ସହିତ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଶା ମ୍ୟୁଜିକ୍‌ ଓ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଚର୍ଚ୍ଚିତ ଗୀତ ସେ ଗାଇଛନ୍ତି ।

ଏହି ସୁନାମଧନ୍ୟ ଗାୟକ ୧୦ ଫେବୃଆରୀ ୧୯୮୨ରେ କୋଲାକାତା ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପାତାଙ୍କ ନାମ ଗୌରାଙ୍ଗ ଭଟ୍ଟ ହୋଇଥିବା ବେଳେ ମାତାଙ୍କ ନାମ ବି.ଜି ଭଟ୍ଟ । ପିଲାଟି ଦିନରୁ ସୌରିନ୍‌ଙ୍କର ସଙ୍ଗୀତ ଏବଂ ଅଭିନୟ ପ୍ରତି ରୁଚି ରହିଥିବା ଦେଖିବାକୁ ମିଳିଥିଲା । ସେ ୧୫ ବର୍ଷ ବୟସରେ ଗୁରୁ ସୁମନ୍ତ ସଡ଼ଙ୍ଗୀଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ । ୨୦୦୪ ମସିହାରେ ତାଙ୍କୁ ପ୍ରଥମେ ବଲିଉଡ୍‌ରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଥିଲା । ବଲିଉଡ୍‌ର ଜଣେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣଙ୍କ ସହିତ ସେ ମହବତ୍‌ ହୋଗେଇ ହୈ ତୁମ୍‌ସେରେ ପ୍ରଥମ ବ୍ରେକ୍‌ ପାଇଥିଲେ । ଏହାପରେ ସେ ଆଉ ପଛକୁ ଚାହିଁ ନାହାଁନ୍ତି । ଶ୍ରୋତାଙ୍କୁ ହିଟ୍‌ ପରେ ହିଟ୍‌ ଗୀତ ଦେଇଚାଲିଛନ୍ତି ।

 

୨୦୦୯ରେ ସେ ଅଭିମନ୍ୟୁ ଚଳଚ୍ଚିତ୍ରରେ ଗୀତ ଗାଇ ଓଲିଉଡ୍‌ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ । ଏହି ଫିଲ୍ମର ଗୀତ ତାଙ୍କୁ ଓଡ଼ିଶାରେ ପରିଚିତ କରାଇପାରିଥିଲା ଏବଂ ଓଡ଼ିଶାର ଶ୍ରୋତାଙ୍କ ମନରେ ଏକ ଜାଗା ତିଆରି କରାଇ ପାରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ହିଟ୍‌ ଓଡ଼ିଆ ଗୀତ ଭେଟି ଦେଉଛନ୍ତି । ଏଥି ସହିତ ଓଡ଼ିଶାର ବିଭନ୍ନ ମ୍ୟୁଜିକାଲ୍‌ ସୋରେ ସେ ଜଜ୍‌ ମଧ୍ୟ ରହିଛନ୍ତି । ଜି ସାର୍ଥକ ଓଡ଼ିଶାରେ ପ୍ରସାରିତ ମ୍ୟୁଜିକାଲ୍‌ ସୋ ସାରେଗାମାପାରେ ଜଜ୍‌ ରହିଥିଲେ ।

ସୈରିନ୍‌ ବଲିଉଡ୍‌ର ଖ୍ୟାତନାମା ସିଙ୍ଗର୍‌ କୁମାର ସାନୁ, କବିତା କ୍ରିଷ୍ଣାମୂର୍ତ୍ତୀ, ସୋନୁ ନିଗମ, ଅଲ୍‌କା ୟାଗନିକ୍‌, ଏମ୍‌ଡି ଅଜିଜ୍‌ଙ୍କ ସହିତ କାମ କରିଛନ୍ତି । ସଞ୍ଜୟ ଦତ୍ତ ହିନ୍ଦୀ ଫିଲ୍ମ, ଅଭିନେତା ପ୍ରସନ୍‌ଜିତ୍‌ ଏବଂଜୀତ୍‌ଙ୍କ ଫିଲ୍ମରେ ଗୀତ ଗାଇବା ସହିତ ଟଲିଉଡ୍‌ରେ ଅନେକ ସଫଳ ଗୀତ ଗାଇଛନ୍ତି । ଓଲିଉଡ୍‌ରେ ସେ ଅନୁଭବ, ବାବୁସାନ୍‌ ଏବଂ ଅରିନ୍ଦମଙ୍କ ଭିଳି ଫିଲ୍ମ ଷ୍ଟାରଙ୍କ ଫିଲ୍ମ ପାଇଁ ଗୀତ ଗାଇଛନ୍ତି । ଏଥି ସହିତ ସେ ଭଲ ମିମିକ୍ରୀ ମଧ୍ୟ କରିପାରନ୍ତି । ସୈରିନ୍‌ଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କ ସ୍ୱର ସବୁଦିନ ପାଇଁ ଶ୍ରୋତାଙ୍କ ମନରେ ରାଜ୍‌ କରିବ । ତେବେ ଏହି ଗୀତଟି ତାଙ୍କର ଆଗକୁ ହିଟ୍‌ ହେବ ବୋଲି ଆଶା କରାଯାଉଛି ।