ସୋନୁ ସୁଦଙ୍କୁ ନିଜ ବିଜୟ ସମର୍ପିତ କଲେ ପର୍ବତାରୋହୀ ଉମା ସିଂ

ସୋନୁ ସୁଦଙ୍କୁ ନିଜ ବିଜୟ ସମର୍ପିତ କଲେ ପର୍ବତାରୋହୀ ଉମା ସିଂ
ସୋନୁ ସୁଦଙ୍କୁ ନିଜ ବିଜୟ ସମର୍ପିତ କଲେ ପର୍ବତାରୋହୀ ଉମା ସିଂ

ମୁମ୍ବାଇ ୧୮/୦୮: କରୋନା ମହାମାରୀ ସମୟରେ ପ୍ରଶଂସକଙ୍କ ହୃଦୟରେ ବିଶେଷ ସ୍ଥାନ ସୃଷ୍ଟି କରିଥିବା ଅଭିନେତା ସୋନୁ ସୁଦଙ୍କ ଜଣେ ପ୍ରଶଂସକ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଉପହାର ପର୍ବତାରୋହୀ ତଥା ସାଇକେଲ ଚାଳକ ଉମା ସିଂ ଦେଇଛନ୍ତି । ଉମା ସିଂ ସାଇକେଲରେ ଆଫ୍ରିକାର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାନଜାରୋ ଉପରେ ବିଜୟ ପ୍ରାପ୍ତ କରି ଅଭିନେତାଙ୍କୁ ତାଙ୍କ ବିଜୟ ଉତ୍ସର୍ଗ କରିଛନ୍ତି ।

 

ସାଇକେଲ ଚାଳକ ଉମା ସିଂ ଟ୍ୱିଟରରେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି, ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ ଜଣେ ରିୟଲ୍ ଲାଇଫ୍ ହିରୋଙ୍କୁ ଭେଟିଛି ଏବଂ ମୁଁ ତାଙ୍କ ପାଇଁ କିଛି କରିବାକୁ ଚାହୁଁଛି। ସେ ନିଜ ଜୀବନକୁ ବାଜି ଲଗାଇ କଠିନ ପରିସ୍ଥିତିରେ ଆମ ଦେଶ ପାଇଁ ଛିଡା ହୋଇଥିଲେ। ସେ ଆମ ଦେଶର ପ୍ରକୃତ ହିରୋ ଏବଂ ଆମ ଭଳି ଲୋକଙ୍କ ବଡ ଭାଇ ।

ଏହି ଭିଡିଓ ପୋଷ୍ଟ କରି ଉମା ସିଂ କ୍ୟାପସନରେ ଲେଖିଛନ୍ତି, ‘ଅଗଷ୍ଟ ୧୫ ରେ, ମୁଁ ସାଇକେଲରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ପର୍ବତ ମାଉଣ୍ଟ କିଲିମାନଜାରୋ ଉପରେ ଥିଲି। ସେହି ବ୍ୟକ୍ତିଙ୍କୁ ସଲାମ ଜଣାଇବା ପାଇଁ ଯିଏ କି ପୂର୍ବରୁ ଶୀର୍ଷରେ ଅଛନ୍ତି ,ଏହି ବିଜୟ ଏକମାତ୍ର ପ୍ରକୃତ ସୁପରହିରୋ ସୋନୁ ସୁଦର୍ଙ୍କୁ ଉତ୍ସର୍ଗ । ସର୍ବଦା ପ୍ରେରଣା ହୋଇଥିବାରୁ ଧନ୍ୟବାଦ ।’

ଏହି ଟୁଇଟ୍ ଦେଖିବା ପରେ ସୋନୁ ସୁଦ କହିଛନ୍ତି- ‘ମୁଁ ଉମାଙ୍କ ପାଇଁ ବହୁତ ଗର୍ବିତ । ସେ କିଛି ପାଇବା ପାଇଁ ଏତେ କଷ୍ଟ ସହ ଆଗକୁ ବଢିଛନ୍ତି । ତାଙ୍କର ଏହି ପରିଶ୍ରମ ଏବଂ ନିଷ୍ଠା ହିଁ ତାଙ୍କୁ ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି । ତାଙ୍କର କଥା ମୋତେ ବହୁତ ପ୍ରଭାବିତ କରିଛି । ସେ ଆମର ଯୁବ ପିଢି ପାଇଁ ଏକ ପ୍ରେରଣା । ଉମାଙ୍କୁ ଅଭିନନ୍ଦନ ଏବଂ ଆପଣଙ୍କ ସ୍ନେହପୂର୍ଣ୍ଣ ଶବ୍ଦ ପାଇଁ ଧନ୍ୟବାଦ ।’