Thursday, April 25, 2024
41.3 C
Odisha

    ପାଣି ସମସ୍ୟାକୁ ନେଇ ବିଜେଡି ପ୍ରାର୍ଥୀଙ୍କୁ ଘେରିଲେ ଭଂଜନଗର, ଚାକୁଣ୍ଡା ଗ୍ରାମବାସୀ

    ଆଗକୁ ପଢନ୍ତୁ

    ପାଣି ସମସ୍ୟା ନେଇ ପ୍ରାର୍ଥୀଙ୍କୁ ଘେରିଲେ ଗ୍ରାମବାସୀ । ଗାଁକୁ ପ୍ରଚାର ପାଇଁ ଆସିଥିବା ନେତାଙ୍କୁ ଗାଁରେ ପୁରାଇ ଦେଲେ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ସୋରଡା ବ୍ଲକ୍ ଚାକୁଣ୍ଡା ଗାଁରେ ପ୍ରଚାର ପାଇଁ ଆସିଥିବା ବିଜେଡି ବିଧାୟିକା ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ଖାଲି ହାଣ୍ଡି, ମାଠିଆ ରଖି ପ୍ରତିବାଦ କରିଛନ୍ତି । ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେଡ଼ି ନୂଆଁ ମୂହଁକୁ ଟିକେଟ ଦେଇଛି । ବିଧାୟକ ଥିବା ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଟିକଟ କାଟି ତାଙ୍କ ଜାଗାରେ ତାଙ୍କ ସ୍ତ୍ରୀ ସଂଘମିତ୍ରା ସ୍ୱାଇଁଙ୍କୁ ଟିକଟ ଦେଇଛି । ହେଲେ ଗାଁ ଗାଁ ବୁଲି ଯେତେବେଳେ ସଂଘମିତ୍ରା ଓ ତାଙ୍କ ସ୍ୱାମି ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଭୋଟ ପାଇଁ କ୍ୟାମ୍ପେନିଂ କରୁଛନ୍ତି ସେତେବେଳେ ବିରୋଧର ସମୁଖିନ ହେବାକୁ ପଡ଼ୁଛି । ଗାଁରେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତା, ଗରିବଙ୍କୁ ଘର ଆଦି ଅନେକ ଅସୁବିଧା ଥିବାବେଳେ ଏହାକୁ ନେଇ ପ୍ରାର୍ଥୀଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    41.3 ° C
    41.3 °
    41.3 °
    13 %
    4.3kmh
    20 %
    Thu
    41 °
    Fri
    43 °
    Sat
    44 °
    Sun
    44 °
    Mon
    45 °

    ସମ୍ବନ୍ଧିତ