ସ୍ପାଇସଜେଟ ବଡ ଘୋଷଣା; ଇଏମଆଇ ଦ୍ୱାରା କରିପାରିବେ ଯାତ୍ରା

ସ୍ପାଇସଜେଟ ବଡ ଘୋଷଣା; ଇଏମଆଇ ଦ୍ୱାରା କରିପାରିବେ ଯାତ୍ରା

ସ୍ପାଇସଜେଟ ବଡ ଘୋଷଣା କରିଛି । ଏଣିକି ଖାଲି ଧନୀ ନୁହେଁ ସାଧାରଣ ଲୋକ ବି ବିମାନରେ ଯାତ୍ରା କରିପାରିବେ। ଏମିତି ଏକ ସୁବିଧା ଏବେ ବିମାନ କମ୍ପାନୀ ସ୍ପାଇସଜେଟ ଆଣିଛି। ବାକିରେ ଟିକେଟ୍‌ ବୁକ୍‌ କରି ଏହାକୁ ଇଏମଆଇ ଦ୍ୱାରା ଭରିପାରିବେ। ଏ ସମ୍ପର୍କରେ ସ୍ପାଇସଜେଟ ପକ୍ଷରୁ ସୋମବାର ଘୋଷଣା କରାଯାଇଛି।


କ୍ରେଡିଟ କାର୍ଡ ମାଧ୍ୟମରେ ଟିକେଟ୍‌ ବୁକ୍‌ କରାଯାଇପାରିବ। କିନ୍ତୁ ବିଳମ୍ବିତ ପେମେଣ୍ଟ ନେଇ ୭୦ ପ୍ରତିଶତ ସୁଧ ମୂଲ୍ୟ ହ୍ରାସ କରାଯବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ବୁକିଂ ସମୟରେ ସମ୍ପୃକ୍ତ ବ୍ୟକ୍ତିର ପରିଚୟ ପତ୍ର ତଥା ପାନ୍‌କାର୍ଡ ଏବଂ ଆଧାରକାର୍ଡ ଜରୁରୀ। ପ୍ରାଥମିକ ପର୍ଯ୍ୟାୟରେ ଆକ୍ସିସ୍‌ ବ୍ୟାଙ୍କ, ଏଚଏସବିସି ବ୍ୟାଙ୍କ, କୋଟାକ୍‌ ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ଏବଂ ଏସବିଆଇ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ବୈଧ କରାଯାଇଛି। ପରେ ଅନ୍ୟ ବ୍ୟାଙ୍କଗଡିକୁ ଯୋଡା ଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦୀର୍ଘ ୧୮ ମାସ ପରେ ସ୍ପାଇସଜେଟ ପକ୍ଷରୁ ସୋମବାର ରାଜଧାନୀ ଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରୁ ଉଡାଣ ଆରମ୍ଭ ହୋଇଛି।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନ ହେବ । ଦୁଇ ରାଜ୍ୟରେ ମଧ୍ୟରେ କୋଟିଆ ଓ ପୋଲାଭରମକୁ ନେଇ ଲାଗି ରହିଛି ବିବାଦ ।

ଆଲୋଚନା ବେଳେ ଉଭୟ ନେତାଙ୍କ ମଧ୍ୟରେ କୋଟିଆ ସହ ପୋଲାଭରମ ପ୍ରସଙ୍ଗରେ ହୋଇପାରେ ଆଲୋଚନା ।

ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ବରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଦୁଇ ନେତାଙ୍କ ମଧ୍ୟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନେଇ ଲାଗି ରହିଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସାକ୍ଷାତ ପରେ ଅମରାବତୀ ଫେରିଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ନବୀନଙ୍କୁ ଭେଟିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ନବୀନଙ୍କ ନିକଟରେ ଉପସ୍ଥାପିତ ହେବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରୁ କି ନିଷ୍କର୍ସ ବାହାରୁଛି, ତାଉପରେ ଏବେ ସଭିଁଙ୍କ ନଜର ରହିଛି ।