କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ଚୌକା (୨୮୮) ମାରିବାରେ ଆୟର୍ଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ପଲ ଷ୍ଟାର୍ଲିଂ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ଷ୍ଟାର୍ଲିଂ ୪ ଚୌକା ସହାୟତାରେ ୩୫ ବଲରେ ୪୦ ରନ କରିଥିଲେ । କୋହଲି ୯୦ ଟି୨୦ ମ୍ୟାଚରେ ୨୮୫ ଚୌକା ମାରିଥିବା ବେଳେ ଷ୍ଟାର୍ଲିଂ ଗୋଟିଏ ମ୍ୟାଚ କମ ଖେଳି ଏହି ରେକର୍ଡ ଭଙ୍ଗ କରିଛନ୍ତି ।

ସର୍ବାଧିକ ଚୌକା ମାରିବାରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ (୨୫୬) ତୃତୀୟ ଓ ଭାରତର ରୋହିତ ଶର୍ମା (୨୫୨) ଚତୁର୍ଥ ସ୍ଥାନରେ ରହିଛନ୍ତି । ଷ୍ଟାର୍ଲିଂଙ୍କ ପ୍ରଭାବୀ ବ୍ୟାଟିଂ ୟୁଏଇ ଏହି ମ୍ୟାଚକୁ ୭ ଉଇକେଟରେ ଜିତି ନେଇଥିଲା ।