ଜୋୟା ଅଖତରଙ୍କ ସିନେମା ରେ ଡେବ୍ୟୁ କରିବେ କିଙ୍ଗ ଖାନଙ୍କ ଝିଅ ସୁହାନା

ଜୋୟା ଅଖତରଙ୍କ ସିନେମା ରେ ଡେବ୍ୟୁ କରିବେ କିଙ୍ଗ ଖାନଙ୍କ ଝିଅ ସୁହାନା

ମୁମ୍ବାଇ: କିଙ୍ଗ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଶାହାରୁଖ ଖାନଙ୍କ ଝିଅ ସୁହାନାଙ୍କ ଡେବ୍ୟୁକୁ ପ୍ରଶଂସକ ବହୁ ଦିନରୁ ଅପେକ୍ଷା କରିଛନ୍ତି। ଏବେ ଅପକ୍ଷାର ଅନ୍ତ ହେବାକୁ ଯାଉଛି । ସୂଚନା ଆନୁଯାୟୀ, ସୁହାନା ଖାନ ଜୋୟା ଅଖତରଙ୍କ ଫିଲ୍ମରୁ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି। କାହାଣୀଟି ଲୋକପ୍ରିୟ ଆର୍କି କମିକ୍ସ ଉପରେ ଆଧାରିତ । କୁହାଯାଉଛି ଯେ ଜୋୟା ତାଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ଲଞ୍ଚ କରୁଛନ୍ତି।

କିଙ୍ଗ ଖାନ କହିଛନ୍ତି, ତାଙ୍କ ପୁଅ ଅଭିନୟ କରିବାକୁ ଆଗ୍ରହୀ ନୁହଁନ୍ତି କିନ୍ତୁ ଝିଅ ସୁହାନା ବଲିଉଡରେ ଅଭିନେତ୍ରୀ ଭାବରେ କାମ କରିବାକୁ ଚାହୁଁଛନ୍ତି। ଏବେ ଖବର ଆସିଛି ଯେ ଜାଭେଦ ଅଖତରଙ୍କ ଝିଅ ଜୋୟା ଅଖତର ସୁହାନା ଖାନଙ୍କୁ ଲଞ୍ଚ କରୁଛନ୍ତି। ଏହି ପ୍ରୋଜେକ୍ଟର ନିକଟ ସୂତ୍ରରୁ ଜଣାପଡିଛି ଯେ ଜୋୟା ଅଖତର ଇଣ୍ଟରନ୍ୟାସ୍‌ନାଲ୍ କମିଙ୍ଗ ବୁକ୍‌ ଆର୍ଚିର ଇଣ୍ଡିଆ ଆଡପ୍ଟେସନ୍ ତିଆରି ପାଇଁ କାର୍ଯ୍ୟ କରୁଛନ୍ତି। ଏହା ନେଟଫ୍ଲିକ୍ସ ପାଇଁ ହେବ । ଏହା ଏକ ଟିନେଜ୍ ଷ୍ଟୋରୀ, ତେଣୁ ଏଥିରେ ଅନେକ ଯୁବ କଳାକାର ସାଙ୍ଗମାନଙ୍କ ଭୂମିକାରେ ରହିବେ । ପ୍ରୋଜେକ୍ଟର କାଷ୍ଟିଂ ବର୍ତ୍ତମାନ ଚାଲିଛି। ଜୋୟା ସେଣ୍ଟ୍ରାଲ୍ କ୍ୟାରେକ୍ଟର ପାଇଁ ସୁହାନାଙ୍କୁ ବାଛିଛନ୍ତି ।