Saturday, January 31, 2026
22.7 C
Odisha

    ମନର ଦୁଃଖ ବଖାଣିଲେ ସୁନୀତା…

    ଆଗକୁ ପଢନ୍ତୁ

    ୱାଶିଂଟନ: ଅନେକ ମାସ ଧରି ମହାକାଶରେ ଅଟକି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଶୁକ୍ରବାର ଦିନ ଭାବପ୍ରବଣ ହୋଇ ନିଜର ମନର ଦୁଃଖ ବଖାଣିଛନ୍ତି। ସେମାନେ କହିଛନ୍ତି ଯେ ବୋଇଙ୍ଗ କ୍ୟାପସୁଲ ଆମ ବିନା ପୃଥିବୀକୁ ଫେରିବା ଦେଖିବା ଆମ ପାଇଁ ସହଜ ନ ଥିଲା।

    ଜୁନ୍ ମାସରେ ବଚ୍ ଏବଂ ସୁନୀତା ଏକ ବୋଇଙ୍ଗ ଷ୍ଟାରଲ‌ାଇନର୍ କ୍ୟାପସୁଲରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) କୁ ଯାଇଥିଲେ। କିନ୍ତୁ କ୍ୟାପସୁଲରେ ତ୍ରୁଟି ଥିବାରୁ ସୁନୀତା ଏବଂ ବଚ୍‌ଙ୍କୁ ଆଇଏସଏସରେ ରହିବାକୁ ପଡିଛି। ଗତ ସପ୍ତାହରେ ବୋଇଙ୍ଗ କ୍ୟାପସୁଲ ପୃଥିବୀ ଫେରିଥିଲା।

    ବୋଇଙ୍ଗ କ୍ୟାପସୁଲ ଫେରିବା ପରେ ସୁନୀତା ୱିଲିୟମ୍ସ ପ୍ରଥମ ଥର ପାଇଁ ଏକ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ ଏଠାରେ ହିଁ ଏହା ଘଟେ। ଏବେ ଆମକୁ ଅନ୍ୟ ଏକ ଅପ୍ସନ୍ ଦେଖିବାକୁ ପଡିବ। ଉଭୟ ସୁନୀତା ଏବଂ ବଚ୍ ଏବେ ପୂର୍ଣ୍ଣ ଆଇଏସଏସ କ୍ରୁ ସଦସ୍ୟ ଭାବେ ରକ୍ଷଣାବେକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
    ସୁନୀତା ୱିଲିୟମ୍ସ ଖୁବ ଶୀଘ୍ର ଷ୍ଟେସନ କମାଣ୍ଡର ଭାବେ ଦାୟିତ୍ୱ ଗ୍ରହଣ କରିବେ। ସୁନୀତା ୱିଲିୟମ୍ସ କହିଛନ୍ତି ଯେ ଆଇଏସଏସରେ ରହିବା ଏତେ କଷ୍ଟସାଧ୍ୟ ନୁହେଁ, କାରଣ ସେ ପୂର୍ବରୁ ମଧ୍ୟ ସେଠାରେ କାମ କରିଛନ୍ତି। ଏହା ମୋର ଖୁସିର ସ୍ଥାନ, ମୁଁ ମହାକାଶରେ ରହିବାକୁ ଭଲ ପାଏ। ରିପୋର୍ଟ ଅନୁସାରେ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଆସନ୍ତା ବର୍ଷ ୨୦୨୫ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆଇଏସଏସରେ ରହିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଏକ ସ୍ପେସ୍ ଏକ୍ସ କ୍ୟାପସୁଲ ପଠାଯିବ। ଫେବୃଆରୀ ୨୦୨୫ ସୁଦ୍ଧା ଏହି କ୍ୟାପସୁଲ ସ୍ପେସରେ ପହଞ୍ଚିବ। ସେଥିରେ ସୁନୀତା ଏବଂ ବଚ୍ ପୃଥିବୀକୁ ଫେରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    52 %
    0.6kmh
    88 %
    Sat
    30 °
    Sun
    31 °
    Mon
    32 °
    Tue
    32 °
    Wed
    33 °

    ସମ୍ବନ୍ଧିତ