ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦାବି କଲେ ସୁର ରାଉତରାୟ

ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦାବି କଲେ ସୁର ରାଉତରାୟ

ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏହା ଏକ ଦୁର୍ଭାଗ୍ୟଜନକ କଥା । ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଚାପିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ସୁର ।

ରାଜ୍ୟ ସରକାର ନାଗରିକଙ୍କ ପ୍ରତି ଉତ୍ତର ଦାୟିତ୍ଵ ରହିବା କଥା । ରାଜ୍ୟରେ ଅନେକ ଯୋଜନା ଘୋଷଣା ମୁହଁରେ ରହୁଛି , ଲୋକଙ୍କ ପାଖରେ ପହଞ୍ଚୁନାହିଁ । ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ମଧ୍ୟ ସରକାର କାର୍ଯ୍ୟ କରୁନାହାନ୍ତି । ସରକାର ଚେତୁ ନାହାନ୍ତି । ରାଜ୍ୟ ସରକାର କର୍ତ୍ତବ୍ୟ ଓ ଦାୟିତ୍ଵର ଦୂରରେ ରହୁଛନ୍ତି । ଏହାସହ ସରକାର ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଚାପିବା ଲାଗି ସରକାର ଉଦ୍ୟମ କରୁଛନ୍ତି । ଏଭଳି ଆଉ ନହେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ।

ଏ ସମ୍ପର୍କରେ ସୁର କହିଛନ୍ତି ଯେ ଏହା ଘୋର ଅନ୍ୟାୟ ହୋଇଛି । ରାଜ୍ୟ ସରକାର ଖୁବଶୀଘ୍ର ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ରାଶି ଦିଅନ୍ତୁ । ରାଜ୍ୟ ସରକାର ଓ ପ୍ରଶାସନ ଏଥିଲାଗି ଦାୟୀ । ଦୁଷ୍ମନ୍ତ ପ୍ରଶାସନ ନିକଟକୁ ତା'ର ଦୁଃଖ ଜଣାଇବାକୁ ଆସିଥିବା ବେଳେ ତାକୁ କଷ୍ଟ ଦିଆଯାଇଛି । ସେ ସମ୍ଭାଳି ନ ପାରି ଏପରି କରିଛି ବୋଲି ସୁର କହିଛନ୍ତି । ଏଣୁ କ୍ଷତିପୂରଣ ପାଇଁ ସରକାର ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ରାଶି ଦିଅନ୍ତୁ ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ଗତକାଲି ମୃତ ଦୁଷ୍ମନ୍ତ ଚିକିତ୍ସା ଅବହେଳାକୁ ନେଇ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସନ୍ଧ୍ୟାରେ SCBରେ ତାଙ୍କର ମୃତ୍ୟୁ ହୋଇଥିଲା ।