କଂଗ୍ରେସକୁ ପୁଣି ଏକ ଝଟକା : ଟିଏମସିରେ ସାମିଲ ହେଲେ ସୁସ୍ମିତା ଦେବ

କଂଗ୍ରେସକୁ ପୁଣି ଏକ ଝଟକା : ଟିଏମସିରେ ସାମିଲ ହେଲେ ସୁସ୍ମିତା ଦେବ
କଂଗ୍ରେସକୁ ପୁଣି ଏକ ଝଟକା : ଟିଏମସିରେ ସାମିଲ ହେଲେ ସୁସ୍ମିତା ଦେବ

କୋଲକାତା :କଂଗ୍ରେସକୁ ପୁଣି ଏକ ଝଟକା ଇସ୍ତଫା ଦେଇଥିବା ସୁସ୍ମିତା ଦେବ ସୋମବାର ଦିନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କୋଲକାତାରେ ଟିଏମସିରେ ସାମିଲ ହୋଇଛନ୍ତି। ଏହି ସମୟରେ ଟିଏମସି ନେତା ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାଇନ୍ ମଧ୍ୟ ଉପସ୍ଥିତ ଥିଲେ। ସୁସ୍ମିତା ଦେବ ମହିଳା କଂଗ୍ରେସର ଜାତୀୟ ସଭାପତି ତଥା ପୂର୍ବତନ ସାଂସଦ ଥିଲେ। ସେ ରବିବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ସୁସୁସ୍ମିତା ଦେବଙ୍କ ଇସ୍ତଫା ଖବରରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ମୁଁ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି କିନ୍ତୁ ତାଙ୍କ ଫୋନ୍ ବନ୍ଦ ଅଛି। ସେ କଂଗ୍ରେସର ଜଣେ ପୁରୁଣା ତଥା ଶକ୍ତିଶାଳୀ ନେତା ବୋଲି ସୁରଜେୱାଲା କହିଛନ୍ତି। ସୋନିଆ ଗାନ୍ଧୀ ଏପର୍ଯ୍ୟନ୍ତ ତାଙ୍କ ଚିଠି ପାଇନାହାଁନ୍ତି। ସୁସ୍ମିତା ଦେବଙ୍କ ଇସ୍ତଫା ଉପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ଦଳ କନ୍ଦଳର ସମ୍ମୁଖୀନ ହେଉଥିବା କଂଗ୍ରେସ ଦଳର ନେତାଙ୍କ ଯନ୍ତ୍ରଣା ସୁସ୍ମିତା ଦେବଙ୍କ ଇସ୍ତଫା ସହ ସାମ୍ନାକୁ ଆସିଛି। 

ସିବଲ ଏକ ଟ୍ୱିଟରେରେ ଲେଖିଛନ୍ତି ଯେ ଯେତେବେଳେ ଯୁବ ନେତାମାନେ ଦଳ ଛାଡନ୍ତି, ସେତେବେଳେ ଦୋଷ ପୁରୁଣା ନେତା ତଥା ଦଳର ବରିଷ୍ଠ ନେତାଙ୍କ ଉପରେ ପଡିଥାଏ।