Friday, September 20, 2024
24.1 C
Odisha

    ଟେକ୍ନୋ ଇଣ୍ଡିଆ ବିଶ୍ୱବଦ୍ୟାଳୟରୁ ମିଳିଲା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

    ଆଗକୁ ପଢନ୍ତୁ

    କୋଲକାତା : ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୋଲକାତାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି (ଟିଆଇୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତନ ଉତ୍ସବ ୨୦୨୪ରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡ଼କ୍ଟୋରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୫୯ ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ଡ଼ିଗ୍ରୀ ।

    ବିଶିଷ୍ଟ ସଙ୍ଗୀତଜ୍ଞ ଶଙ୍କର ମାଧବନ, ହଲିଉଡ୍ ଅଭିନେତ୍ରୀ ସବାନା ଆଜମୀ ଓ ଟେନିସ ତାରକା ଲିଆଣ୍ଡର ପେସଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନ ସୂଚକ ଡକ୍ଟୋରେଟ ପ୍ରଦାନ କରାଯାଇଥିଲା।ଏହି ସମ୍ମାନ ନିମନ୍ତେ ଶ୍ରୀ ସାମନ୍ତ ଟେକ୍ନୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ପଶ୍ଚିମବଙ୍ଗବାସୀଙ୍କୁ ସେମାନଙ୍କର ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହା ପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ୱର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡ଼କ୍ଟୋରେଟ୍‍ ଡ଼ିଗ୍ରୀ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ