ଆଖି ବୁଜିଲେ ଟେଲି ଷ୍ଟାର ମାଧବୀ ଗୋଗେଟ୍‌; କରୋନାରେ ହୋଇଥିଲେ ସଂକ୍ରମିତ

ଆଖି ବୁଜିଲେ ଟେଲି ଷ୍ଟାର ମାଧବୀ ଗୋଗେଟ୍‌; କରୋନାରେ ହୋଇଥିଲେ ସଂକ୍ରମିତ

ଟିଭି ସିରିଏଲ୍ ଅନୁପମାରେ ରୁପାଲି ଗାଙ୍ଗୁଲିଙ୍କ ମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମାଧବୀ ଗୋଗେଟ୍‌ଙ୍କର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲା। ଯାହାପରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଗତକାଲି ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମାଧବୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ମାଧବୀ ସିରିୟଲ୍ 'କହିଁ ତୋ ହୋଗା' ପାଇଁ ମଧ୍ୟ ଜଣାଶୁଣା। ରୁପାଲି ଗାଙ୍ଗୁଲି ତାଙ୍କ ଇନଷ୍ଟାଗ୍ରାମରେ ଏକ ମେସେଜ ପୋଷ୍ଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ବନ୍ଧୁ ନୀଲୁ କୋହଲି ମଧ୍ୟ ମାଧବୀଙ୍କ ପାଇଁ ଏକ ଇମୋସନାଲ୍ ପୋଷ୍ଟ ସେୟାର କରିଛନ୍ତି।

ନୀଲୁ କୋହଲି ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ମାଧବୀ ଗୋଗ୍ଟେ ମୋର ପ୍ରିୟ ବନ୍ଧୁ ଆଉ ନାହାଁନ୍ତି … ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ତୁମେ ଆମକୁ ଛାଡି ଚାଲିଯାଇଛ।' ହୃଦୟ ଭାଙ୍ଗି ଯାଇଛି, ତୁମର ଏବେ ଯିବାର ବୟସ ହୋଇନଥିଲ। Damn Covid ।'