ଭିକି-କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଏଭଳି କହିଲେ ଆୟୁଷ୍ମାନ

ଭିକି-କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଏଭଳି କହିଲେ  ଆୟୁଷ୍ମାନ

ବଲିଉଡ୍‌ ଚଚ୍ଚିର୍ତ ଯୋଡି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କ ସମ୍ପର୍କକୁ ନେଇ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ତାଙ୍କ ବନ୍ଧୁ ବିକି ଏବଂ କ୍ୟାଟଙ୍କ ସମ୍ପର୍କ ବିଷୟରେ ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଖାସ୍‌ ସଂଯୋଗ ଅଛି।

ଏହା କୁହାଯାଉଛି ଯେ ଭିକି ଏବଂ କ୍ୟାଟ୍ରିନା ଆନୁଷ୍ଠାନିକ ଭାବେ ଏହାକୁ ଖୁବ୍‌ ଶୀଘ୍ର ଘୋଷଣା କରିପାରିବେ। ଅବଶ୍ୟ, ଯେତେବେଳେ ବି ଏହି ଦମ୍ପତିଙ୍କୁ ବିବାହ ବିଷୟରେ ପଚରାଯାଉଛି ସେମାନେ ଗୁଜବ ବୋଲି ଖଣ୍ଡନ କରୁଛନ୍ତି।