ବୁଡିଗଲା ଡ଼ଙ୍ଗା; ୩୧ ଜଣ ମୃତ

ବୁଡିଗଲା ଡ଼ଙ୍ଗା; ୩୧ ଜଣ ମୃତ

ଇଂଲିଶ ଚ୍ୟାନେଲରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡି ଯାଇଛି। ଏହି ଦୁର୍ଘଟଣାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସର ଗୃହମନ୍ତ୍ରୀ ଜେରାଲଡ୍‌ ଡାର୍ମାନିନ୍‌ କହିଛନ୍ତି, ବୋଟ୍‌ରେ ୩୪ଜଣ ବ୍ୟକ୍ତି ଥିଲେ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ମଧ୍ୟରୁ ୩୧ଟି ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଦୁଇ ଜଣ ଜୀବିତ ଥିବା ଜଣାପଡିଛି।

ଏଥିସହ ଜଣେ ବ୍ୟକ୍ତି ଏବେବି ନିଖୋଜ ଅଛନ୍ତି। ତେବେ ମୃତକମାନେ କେଉଁ ଦେଶର ସେ ନେଇ କିଛି ସୂଚନା ମିଳିନାହିଁ।

ଫ୍ରାନ୍ସ ଏବଂ ବ୍ରିଟେନ୍‌ର ଉଦ୍ଧାରକାରୀ ଦଳ ମିଳିତ ଭାବେ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପରେ ୨ ଜଣ ସନ୍ଦିଗ୍ଧଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଫ୍ରାନ୍ସର ଗୃହ ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିସହିତ ଆହତମାନଙ୍କୁ ଫ୍ରାନ୍ସର ଗୃହ ମନ୍ତ୍ରୀ ହସ୍ପିଟାଲ ଯାଇ ଭେଟିଛନ୍ତି।