କନସଲଟାନ୍ସି ନାରେ ଚାଲିଥିଲା ଦେହ ବ୍ୟବସାୟ

କନସଲଟାନ୍ସି ନାରେ ଚାଲିଥିଲା ଦେହ ବ୍ୟବସାୟ

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟବିହାର ଅଞ୍ଚଳରେ ସେକ୍ସ ର‍୍ୟାକେଟ ଠାବ । କନସଲଟାନ୍ସି ନାଁରେ ଚାଲିଥିଲା ସେକ୍ସ ର‍୍ୟାକେଟ । ଏନେଇ ସେଠାରେ ଚାକିରି କରିଥିବା ଯୁବତୀ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ।ପୋଲିସ ଘଟଣାର ତଦନ୍ତ କରିବା ସହ ସଂପୃକ୍ତ କନସଲଟାନ୍ସିର ମାଲିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଛି । ଏହାସହ ୪ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହାସହ ଆଉ ଜଣେ ଯୁବତୀ ବାଡ ଡେଇଁ ଚାଲି ଯାଇଥିବା ଜଣା ପଡିଛି। ଏସିପି ସଞ୍ଜୀବ ଶତପଥୀ ଏନେଇ ସୂଚନା ଦେଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।