ଖାଇବା ତେଲର ଆମଦାନୀ ଶୁଳ୍କ ହ୍ରାସ କଲେ ସରକାର

ଖାଇବା ତେଲର ଆମଦାନୀ ଶୁଳ୍କ ହ୍ରାସ କଲେ ସରକାର

ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଜନତାଙ୍କୁ ସରକାରଙ୍କ ଉପହାର। କରୋନା କାଳରେ ଦରଦାମ୍ ବୃଦ୍ଧି ଦ୍ବାରା ଲୋକମାନେ ପୂର୍ବରୁ ହିଁ ସମସ୍ୟାରେ ଅଛନ୍ତି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଖାଇବା ତେଲ ଯେପରିକି, ପାମ୍ ଅଏଲ୍, ସୋୟା ଅଏଲ ଓ ସନଫ୍ଲାଓ୍ବାର ଅଏଲର ଉତ୍ପାଦନ ଉପରେ ଲାଗୁଥିବା ବେସ୍ ଇମପୋର୍ଟ ଡ୍ୟୁଟି ହ୍ରାସ କରାଯାଇଛି। ଏହା ଜରିଆରେ ପାର୍ବଣ ପୂର୍ବରୁ ରୋଷେଇରେ ବ୍ୟବହାର ହେଉଥିବା ତେଲର ମୂଲ୍ୟ ତଳକୁ ଖସି ଯିବ।

ରଏଟର୍ସ ରିପୋର୍ଟ ଅନୁସାରେ, ସରକାରଙ୍କ ଦ୍ବାରା ଜାରି ନୋଟିଫିକେସନ୍ ଅନୁସାରେ, ଏବେ ଫୁଡ୍ ପାମ୍ ଅଏଲ, ଫୁଡ୍ ସୋୟା ଅଏଲ ଓ କ୍ରୁଡ୍ ସନଫ୍ଲାଓ୍ବାର ଅଏଲ ଉପରେ ଲାଗିଥିବା ବେସ୍ ଉତ୍ପାଦନ ଶୁଳ୍କ ୨.୫ ପ୍ରତିଶତ ହୋଇଯାଇଛି। ସେଭଳି ପ୍ରଥମେ କ୍ରୁଡ ପାମ୍ ଅଏଲ ଉପରେ ୧୦ ପ୍ରତିଶତ ଓ କ୍ରୁଡ ସୋୟା ଅଏଲ ଓ ସନ୍‌ ଫ୍ଲାଓ୍ବାର ଅଏଲ ଉପରେ ୭.୫ ପ୍ରତିଶତ ବେସ୍ ଇପପୋର୍ଟ ଟାକ୍ସ ଲାଗିଥାଏ। ସେଭଳି ରିଫାଇନଡ୍ ଗ୍ରେଡ୍ ପାମ୍ ଅଏଲ, ଯୋୟା ଅଏଲ ଓ ସନ୍ ଫ୍ଲାଓ୍ବାର ଅଏଲ ଉପରେ ୭.୫ ପ୍ରତିଶତ ବେସ୍ ଇମପୋର୍ଟ ଟ୍ୟାକ୍ସ ଲାଗିଥାଏ। ସେଭଳି ରିଫାଇନଡ୍ ଗ୍ରେଡ୍ ପାମ୍ ଅଏଲ୍, ସୋୟା ଅଏଲ ଓ ସନଫ୍ଲାଓ୍ବାରର ବେସ୍ ଇମପୋର୍ଟ ଟ୍ୟାକ୍ସ ଲଗାଯାଇଥାଏ। ସେଭଳି ରିଫାଇନଡ୍ ଗ୍ରେଡ୍ ପାମ୍ ଅଏଲ୍‌, ସୋୟା ଅଏଲ ଓ ସନଫ୍ଲାଓ୍ବାର ଉପରେ ଲାଗୁଥିବା ବେସ୍ ଆମଦାନୀ ଶୁଳ୍କ ୩୭.୫ ପ୍ରତିଶତରୁ କମ୍ ହୋଇ ୩୨.୫ ପ୍ରତିଶତ ହୋଇଯାଇଛି।

ବେସ୍ ଆମଦାନୀ ଶୁଳ୍କରେ କାଟ୍‌ ପରେ ଏବେ ପାମ୍ ଅଏଲ, ସୋୟା ଅଏଲ ଓ ସନ୍‌ଫ୍ଲାଓ୍ବାର ଅଏଲର ଆମଦାନୀ ଉପରେ ମୋଟ ୨୪.୭୫ ପ୍ରତିଶତ ଟାକ୍ସ ଲାଗିବ। ଏଥିରେ ୨.୫ ପ୍ରତିଶତ ବେସ୍ ଆମଦାନୀ ଶୁଳ୍କ ଓ ଟାକ୍ସ ରହିଛି। ଏଭଳି ଭାବରେ ରିଫାଇନଡ୍‌ ପାମ୍ ଅଏଲ, ସୋୟା ଅଏଲ ଓ ସନଫ୍ଲାଓ୍ବାର ଅଏଲର ଆମଦାନୀ ଉପରେ ମୋଟ ୩୫.୭୫ ପ୍ରତିଶତ କରିଦେବ। ଏଥିରେ ବେସ୍ ଇମପୋର୍ଟ ଟାକ୍ସ ମଧ୍ୟ ସାମିଲ ରହିଛି।