ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍

ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ବିଶାଖାପାଟନମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ମୁମ୍ବାଇସ୍ଥିତ ନୌସେନା ଡକ୍ୟାର୍ଡରେ ଆଇଏନ୍‌ଏସ୍‌ ସାମିଲ କରାଯିବ । ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ମଧ୍ୟ ଉପସ୍ଥିତ ଥିଲେ ।

ଆଇଏନଏସ ବିଶାଖାପାଟାଣମ୍ ନୌସେନାରେ ସାମିଲ ହେବା ପରେ ରକ୍ଷା କ୍ଷେତ୍ରରେ ଏକ ନୂଆ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଆତ୍ମ ନିର୍ଭର ଭାରତରେ ପ୍ରସ୍ତୁତ ହୋଇଛି ଦେଶର ସବୁଠାରୁ ବିଧ୍ୱଂସକାରୀ ପୋତ । ରାଜନାଥ ସିଂହ କହିଛନ୍ତି ଯେ ଏହି ବିଧ୍ୱସଂକାରୀ ପୋତ ଦ୍ୱାରା କେବଳ ଭାରତ ସୁରକ୍ଷିତ ହେବ ତା ନୁହେଁ ଅନ୍ୟଦେଶ ଗୁଡିକୁ ମଧ୍ୟ ସୁରକ୍ଷା ଯୋଗାଇ ପାରିବ । ଅନ୍ୟପଟେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିରାପତ୍ତାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇଥିବାରୁ ଭାରତୀୟ ନୌସେନା ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଛି ।