ଅଳ୍ପକେ ବର୍ତ୍ତିଲେ ଭାରତୀୟ ପାରାବ୍ୟାଡମିଣ୍ଟନ ଖେଳାଳିମାନେ

ଅଳ୍ପକେ ବର୍ତ୍ତିଲେ ଭାରତୀୟ ପାରାବ୍ୟାଡମିଣ୍ଟନ ଖେଳାଳିମାନେ

ଅଳ୍ପକେ ବର୍ତ୍ତି ଯାଇଛନ୍ତି ଭାରତୀୟ ପାରାବ୍ୟାଡମିଣ୍ଟନ ଖେଳାଳିମାନେ । ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ହୋଇଥିବା ଏକ ସିରିୟଲ ବିସ୍ଫୋରଣରେ ଏମାନଙ୍କର କୌଣସି କ୍ଷତି ହୋଇ ନଥିବା ସୂଚନା ଦିଆଯାଇଛି । ଭାରତୀୟ ଦଳରେ ବିଶ୍ୱ ଚାମ୍ପିଅନ୍‌ ତଥା ପାରାଅଲିମ୍ପିକ ଚାମ୍ପିଅନ୍‌ ଏବଂ ନିକଟରେ ଖେଳରତ୍ନ ସମ୍ମାନ ପାଇଥିବା ଓଡ଼ିଶାର ପ୍ରମୋଦ ଭଗତ ଅଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଆଜି ଉଗାଣ୍ଡା ପାର୍ଲିଆମେଣ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସ୍ଥଳରୁ ମାତ୍ର ଶହେ ମିଟର ଦୂରରେ ହଲିଡେ ଏକ୍ସପ୍ରେସ୍‌ ହୋଟେଲରେ ଭାରତୀୟ ପାରାବ୍ୟାଡମିଣ୍ଟନ ଦଳ ରହୁଛି । ଉଗାଣ୍ଡା ସମୟ ସକାଳ ଠିକ୍‌ ୧୦ଟା ୩୦ ମିନିଟ୍‌ରେ ବିସ୍ଫୋରଣ ଘଟିଥିଲା । ସେତେବେଳେ କିଛି ଖେଳାଳି ଷ୍ଟାଡିୟମକୁ ମ୍ୟାଚ୍‌ ଖେଳିବା ପାଇଁ ଯାଇଥିଲେ । ହେଟେଲରେ ଅନ୍ୟ ଖେଳାଳିମାନେ ଥିଲେ । ତେବେ କାହାର କିଛି କ୍ଷତି ହୋଇ ନାହିଁ । ଓଡ଼ିଶାର ତିନି ଜଣ ଖେଳାଳି ହେଲେ ପ୍ରମୋଦ ଭଗତ, ଦିଲେଶ୍ୱର ରାଓ, ଏବଂ ଦୀପରଞ୍ଜନ ବିଷୋୟୀ । ଏମାନେ ଆଜି ମ୍ୟାଚ୍‌ ବି ଖେଳିଛନ୍ତି।

ଗତ କିଛି ଦିନ ହେବ ଉଗାଣ୍ଡ ଅଶାନ୍ତ ରହିଛି । ଆଜିର ଏହି ବିସ୍ଫୋରଣରେ କିଛି ଲୋକ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।