ଟ୍ରେନରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଟ୍ରେନରେ ବୁଲିଲେ ଜେଡିୟୁ ବିଧାୟକ

ଟ୍ରେନରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଟ୍ରେନରେ ବୁଲିଲେ ଜେଡିୟୁ ବିଧାୟକ
storypick

ନିଜର ବିଚିତ୍ର ବ୍ୟବହାର ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଜେଡିୟୁର ବିଧାୟକ ଗୋପାଳ ମଣ୍ଡଳ ଏବେ ପୁଣି ଆଡୁଆରେ । ଦିଲ୍ଲୀ ଯିବା ସମୟରେ ଏଭଳି ଏକ କାମ କିଛି କାମ କରିଛନ୍ତି ଯାହାକୁ ନେଇ ବିବାଦୀୟ ହୋଇଛନ୍ତି । ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ବିଧାୟକ ଅର୍ଦ୍ଧନଗ୍ନ ହୋଇ ବୁଲୁଥିବା ଦେଖିବାକୁ ମିଳିଛି ।

ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଓ ପ୍ରହଲ୍ଲାଦ ପାଶୱାନ ଓ ତାଙ୍କ ପରିବାର ଗୋଟିଏ ବଗିରେ ରହିଥିଲେ । ବିଧାୟକ ଅଣ୍ଡରୱିୟର ପିନ୍ଧି ବୁଲୁଥିବା କହିଛନ୍ତି ଯାତ୍ରୀ । ସେ ବିରୋଧ କରିବାରୁ ବିଧାୟକ ଓ ଯାତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ସହିତ ଅନ୍ୟ ଯାତ୍ରୀମାନେ ମଧ୍ୟ ବିଧାୟକଙ୍କ ଏପରି କାର୍ଯ୍ୟକୁ ବିରୋଧ କରିଥିଲେ । ଅନ୍ୟପଟେ ଏ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଧାୟକ । ଏହା ସତ ଯେ ମୁଁ ଗଞ୍ଜି ଓ ଅଣ୍ଡରୱିୟରରେ ଥିଲି । ମୋ ପେଟ ଖରାପ ଥିଲା ଏବଂ ବାରମ୍ବାର ଟଏଲେଟ୍ ଯିବାକୁ ପଡ଼ୁଥିଲା । ମୁଁ ମିଛ କହୁନାହିଁ ବୋଲି କହିଛନ୍ତି ବିଧାୟକ ଗୋପାଳ ମଣ୍ଡଳ । ସେ ଆହୁରି କହିଛନ୍ତି ମୁଁ ୧୬ ବର୍ଷ ହେବ ବିଧାୟକ ଅଛି । ମୋତେ ଜଣାଅଛି ଲୋକଙ୍କ ସହିତ କିପରି ବ୍ୟବହାର କରିବି ।

ଅନ୍ୟପକ୍ଷରେ ଯାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ଯେ ବିଧାୟକ ତାଙ୍କୁ ଗୁଳି କରି ମାରିଦେବାକୁ ଧମକ ଦେଇଥିଲେ । ଏନେଇ ସେ ଆରପିଏଫକୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତାଙ୍କର ବଗି ବଦଳାଇ ଦିଆଯାଇଥିଲା । ଘଟଣାରେ ଆରପିଏଫ ଏବଂ ଟ୍ରେନର ଷ୍ଟାଫ୍ ମାମଲାର ସମାଧାନ କରିଥିଲେ ।