ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବାସଭବନ ବାହାରେ ଲାଗିଲା ନୋଟିସ

ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବାସଭବନ ବାହାରେ ଲାଗିଲା ନୋଟିସ

ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି ।

ଅନ୍ୟପକ୍ଷେ ସୋମବାର ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ ଦର୍ଶାଇଥିଲେ ଯେ, ପରମବୀରଙ୍କ ଜୀବନ ପ୍ରତି ବିପଦ ରହିଛି।

୪୮ ଘଣ୍ଟା ମଧ୍ୟରେ ସେ ସବିଆଇ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ଓକିଲଙ୍କ ଏହି ଯୁକ୍ତି ପରେ କୋର୍ଟ ମାମଲାର ଯାଞ୍ଚରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।