ବ୍ରିଟେନରେ ପୁଣି ବୃଦ୍ଧି ପାଇଛି କରୋନା ସଂକ୍ରମଣ

ବ୍ରିଟେନରେ ପୁଣି ବୃଦ୍ଧି ପାଇଛି କରୋନା ସଂକ୍ରମଣ

ବ୍ରିଟେନରେ ପୁଣି ମତିଲାଣି କରୋନା। ଏଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସେଠାରେ ୪୫ ହାଜରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ବୁଧବାର ୪୨ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାରି ଭିତରେ ଶିଶୁ ସଂକ୍ରମଣ ମାମଲା ମଧ୍ୟ ଅଧିକ ରହିଛି ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହା ଜୁଲାଇ ୨୦ ପରଠାରୁ ସର୍ବାଧିକ ରହିଛି । ସେଠାରେ ବଢୁଥିବା ସଂକ୍ରମଣକୁ ଦେଖି ତୃତୀୟ ଲହରର ଆଶଙ୍କା କରାଯାଉଛି। ଜଣାପଡିଛି ଯେ, ବ୍ରିଟେନରେ ସ୍କୁଲ ଖୋଲିବା ପରଠାରୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବ୍ରିଟେନର ପିଲାମାନେ ଟିକାକୁ ନେବା ଆରମ୍ଭ କରୁଥିଲେ ମଧ୍ୟ ଡାକ୍ତରଖାନାଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବ୍ରିଟେନରେ କରୋନା ମହାମାରୀରେ ଏଯାଏଁ ୧.୩୮ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ।