ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-୨୦୨୦ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓପିଏସସି ପ୍ରିଲିମିନାରୀ-୨୦୨୦ ପରୀକ୍ଷା ଫଳ

ପ୍ରକାଶ ପାଇଛି ଓପିଏସସି ପ୍ରିଲିମିନାରୀ-୨୦୨୦ ପରୀକ୍ଷା ଫଳ  । ଚଳିତ ଥର ପାଖାପାଖି ୬୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୫୦୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପ୍ରିଲିମିନାରୀ ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା। କିନ୍ତୁ ପରୀକ୍ଷା ଫଳ ବାହାରିବାରେ କିଛିଟା ବିଳମ୍ବ ହୋଇଛି ।

ମେନ୍ସ ପରୀକ୍ଷା କେବେ ଅନୁଷ୍ଠିତ ହେବ ସେନେଇ ବୋର୍ଡ ତରଫରୁ କୌଣସି ନୋଟିସ ଜାରି କରାଯାଇନାହିଁ । ମେ ୨୩ ତାରିଖରେ ପରୀକ୍ଷା କରାଯିବା ନେଇ ପ୍ରଥମେ ସ୍ଥିର ହୋଇଥିବା ବେଳେ ପରେ ଅଗଷ୍ଟ ମାସ ୨୭ ତାରିଖରେ ପରୀକ୍ଷା କରାଯାଇଥିଲା ।