ଟି-୨୦ ବିଶ୍ଵ କପ୍ ବିଜେତା ହେବେ କୋଟିପତି

ୟୁଏଇ ଓ ଓମାନରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ଵ କପ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରବିବାର ଦିନ ପୁରସ୍କାର ରାଶି ଘୋଷଣା କରିଛି।
ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଚାମ୍ପିଅନ ଦଳକୁ ପ୍ରାୟ ୧୨ କୋଟି ଏବଂ ଉପ ବିଜେତା ଦଳକୁ ପ୍ରାୟ ୬ କୋଟି ଟଙ୍କା ମିଳିବ। ସେମି ଫାଇନାଲ୍ର ଦୁଇ ଦଳକୁ ୩-୩ କୋଟି ଟଙ୍କା ପୁରସ୍କାର ରାଶି ମିଳିବ। ଏହା ବ୍ୟତୀତ ଆଇସିସି ସୁପର ୧୨ ପର୍ଯ୍ୟାୟରେ ପ୍ରତିଟି ମୁକାବିଲାର ବିଜେତା ଦଳକୁ ବୋନସ୍ ମଧ୍ୟ ମିଳିବ।
ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯିବ। ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଟି-୨୦ ବିଶ୍ଵ କପ୍ରେ ଭାରତ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷ ମୁକାବିଲାରୁ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ଭାରତୀୟ ଦଳ ଅକ୍ଟୋବର ୩୧ରେ ନ୍ୟୁଜିଲାଣ୍ଡ ଏବଂ ନଭେମ୍ବର ୩ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଏଥର ଟି-୨୦ ବିଶ୍ଵ କପ୍ରେ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଗ୍ରୁପ-୨ରେ ଭାରତକୁ ସ୍ଥାନ ମିଳିଛି।
Comments (0)