ଟିଟିଲାଗଡ଼ରେ ଦେଶର ଦ୍ବିତୀୟ ସର୍ବାଧିକ ତତଲା ସହର, ରାଜ୍ୟରେ ୪୫ ଛୁଇଁବ ତାପମାତ୍ରା

ଟିଟିଲାଗଡ଼ରେ ଦେଶର ଦ୍ବିତୀୟ ସର୍ବାଧିକ ତତଲା ସହର, ରାଜ୍ୟରେ ୪୫ ଛୁଇଁବ ତାପମାତ୍ରା

ଡହଡହ ଖରାରେ ଶିଝୁଛି ସାରା ଓଡ଼ିଶା। ତାତିରୁ ଏବେ ନିସ୍ତାର ନାହିଁ। ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହୁଛି । ଉପକୂଳ ଓଡ଼ିଶାରେ ସ୍ୱାଭାବିକ ବା ତାଠାରୁ ସାମାନ୍ୟ ଅଧିକ ରହୁଛି ତାପମାତ୍ରା । ବଙ୍ଗୋପସାଗର ଉପକୂଳକୁ ଜଳୀୟ ବାଷ୍ପ ଆସୁଥିବାରୁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ଦେଶର ଦ୍ୱିତୀୟ ସର୍ବାଧିକ ତାତି ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦେଶର ଦ୍ବିତୀୟ ସର୍ବାଧିକ ତତଲା ସହର ପାଲଟିଲା ଟିଟିଲାଗଡ଼। ସେହିପରି ୪୩.୬ ଡିଗ୍ରୀ ସହ ଚନ୍ଦ୍ରପୁରର ବିଦର୍ଭ ଦେଶର ସବୁଠୁ ଉତ୍ତପ୍ତ ସହର। ତାତିକୁ ଦୃଷ୍ଟିରେ ରଖି ଆଭ୍ୟନ୍ତରୀଣ ଓଡ଼ିଶାରେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦିନ ୧୧ଟାରୁ ୩ଟା ଯାଏ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଜରୁରୀ ଥିଲେ ସତର୍କତା ଅବଲମ୍ବନ କରି ଘରୁ ବାହାରିବାକୁ ପରାମର୍ଶ ରହିଛି।