ରାଜ୍ୟରେ କମିଛି କରୋନା କୋପ,୨୪ ଘଣ୍ଟାରେ ୬୦୯ ପଜିଟିଭ ଚିହ୍ନଟ

ରାଜ୍ୟରେ କମିଛି କରୋନା କୋପ,୨୪ ଘଣ୍ଟାରେ ୬୦୯ ପଜିଟିଭ ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୫୫କୁ ବୃଦ୍ଧି ପାଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ରହିଛନ୍ତି । ସେହିପରି ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ଜଣ ରହିତିବା ବେଳେ ଅନୁଗୁଳରୁ ଜଣେ ରହିଛନ୍ତି । ସେହିଭଳି ଦେଶରେ ମଧ୍ୟ କରୋନା ସଂକ୍ରମଣ କାମୁଥିବାର ଦେଖିବାକୁ ମିଳୁଛି। ତଥାପି ତୃତୀୟ ଲହର ଆଶଙ୍କାକୁ ଏଡାଇ ହେବନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।