ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୧୦,୧୪,୩୩୮ ରେ ପହଁଞ୍ଚିଛି । ସଂକ୍ରମିତ ହୋଇଥିବା ୭୭୧ ଜଣଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟାଇନ୍ ରୁ ସଂକ୍ରମିତ ହୋଇଥିବା ବେଳେ ୩୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୫୭୪ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୯,୯୯,୧୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ୧୮ ବର୍ଷରୁ କମ କିଶୋର ମାନଙ୍କର ସଂକ୍ରମଣ ମଧ୍ୟ ବଢୁଛି । ଆଜି ପୁଣି ୧୧୭ ଜଣ କିଶୋର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।