ଗତ ୨୪ ଘଣ୍ଟାରେ ୫୨୯ କରୋନା ପଜିଟିଭ୍‌ ଚିହ୍ନଟ, ୬ ମୃତ

ଗତ ୨୪ ଘଣ୍ଟାରେ ୫୨୯ କରୋନା ପଜିଟିଭ୍‌ ଚିହ୍ନଟ, ୬ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ହାର ରହିଛି ୦.୯୪ ପ୍ରତିଶତ । ୫୨୯ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୬୨ ଜଣ ରହିଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୫୬ ହଜାର ୯୩ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ରହିଛି ୫ ହଜାର ୧୪୧ । ସେହିପରି ୨୪ ଘଣ୍ଟାରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୨୬୦ କୁ ବୃଦ୍ଧି ପାଇଛି।