ମୂର୍ତ୍ତି ଉଚ୍ଚତା ବିବାଦ: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡ଼ାକରା ଦେଲା ବିଜେପି

ମୂର୍ତ୍ତି ଉଚ୍ଚତା ବିବାଦ: ଆସନ୍ତାକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡ଼ାକରା ଦେଲା ବିଜେପି

କଟକ ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ କାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ବନ୍ଦରେ ସାମିଲ ହେବାକୁ କଟକର ସବୁ ପୂଜା କମିଟିକୁ ଅନୁରୋଧ କରିଛି ବିଜେପି। ମୂର୍ତ୍ତି ଉଚ୍ଚତା ନେଇ ସରକାର ଯଥା ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି କହିଛି ବିଜେପି। ସକାଳ ୬ରୁ ସନ୍ଧ୍ୟା ୬ପର୍ଯ୍ୟନ୍ତ ବନ୍ଦ ରହିବ କଟକ। ବନ୍ଦ ଡାକରା ସମୟରେ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ ଜରୁରୀ ସେବା ବାଦ୍ ପଡ଼ିବ ବୋଲି ସୂଚନା ଦିଆଯାଇଛି।